ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଆକାଉଣ୍ଟକୁ ୨ବର୍ଷ ପାଇଁ ସସପେଣ୍ଡ କଲା ଫେସବୁକ୍‌

ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ସସ୍ପେଣ୍ଡ କରିଛି । ଫେସବୁକର ଏହି ନିଷ୍ପତ୍ତି ୭ ଜାନୁଆରୀ ୨୦୨୧ରୁ ରଦ୍ଦ କରିଥିଲା। ଏହାପୂର୍ବରୁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ମଧ୍ୟ ସସ୍ପେଣ୍ଡ କରିଥିଲା । ଟ୍ୱିଟର ଏବଂ ଫେସବୁକ୍ ଉଭୟ ଆମେରିକୀୟ କମ୍ପାନୀ । ଫେସବୁକ ୱାଶିଂଟନରେ ୬ ଜାନୁଆରୀରେ ସଂସଦ ଭବନରେ ହିଂସା ସୃଷ୍ଟି କରିଥିବାରୁ କାରଣରୁ ଫେସବୁକ ଚାରିମାସ ପୂର୍ବରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ ରଖିଥିଲା। ଟ୍ରମ୍ପଙ୍କୁ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରୁ ମଧ୍ୟ ସ୍ଥାୟୀ ଭାବେ ନିଷିଦ୍ଧ କରାଯାଇଛି।

ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁଆରୀ ମାସରେ ଆମେରିକାର ରାଜଧାନୀରେ ଦଙ୍ଗା ହେବା ପରେ ତାଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା। ଟ୍ରମ୍ପଙ୍କ ଉପରେ ଦଙ୍ଗା ଉସୁକାଇବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ଦିଆଯାଇଥିଲା। ଟ୍ରମ୍ପ ଫେସବୁକରେ ନିୟମକୁ ଉଲ୍ଲଙ୍ଘନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଗତ ମାସରେ ଫେସବୁକ ବୋର୍ଡର ବୈଠକ ହୋଇଥିଲା, ଯେଉଁଥିରେ ଟ୍ରମ୍ପଙ୍କ ଆକାଉଣ୍ଟ ବିଷୟରେ ଆଲୋଚନା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.