୩୫ ବର୍ଷ ହେଲାଣି ପଟ୍ଟା ପାଇଲେଣି କିନ୍ତୁ ଏଯାଏ ହୋଇପାରିନାହିଁ ଜମି ଚିହ୍ନଟ, ଦୁଃଖରେ ସୁନ୍ଦରଗଡ ଅମାତପାଲି ଗାଁର ୪୦ ପରିବାର

ବଣାଇ: ବ୍ରାହ୍ମଣୀ ନଦୀ କୂଳରେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଳକ୍ ର ଅମାତପାଲି ଗାଁ । ବର୍ଷା ଦିନେ ଆସିଲେ ଆରମ୍ଭ ହୋଇଯାଏ ନଦୀ ବଢି । ଏହି ସମୟରେ ପ୍ରଶାସନ  ବିଦ୍ଯାଳୟ ମାନଙ୍କରେ ନିରାଶ୍ରୟଙ୍କୁ ଥଇଥାନ୍ କରିଥାନ୍ତି । ଯାହାର ସ୍ଥାୟୀ ସମାଧାନ ସ୍ବରୂପ ୩୫ ବର୍ଷ ପୂର୍ବରୁ ପ୍ରଶାସନ ଚାରି ଡିସିମିଲ୍ ଜମି ୪୦ ପରିବାରକୁ ଦେଇ ଅନ୍ଯ ସ୍ଥାନକୁ ଯିବାପାଇଁ କହିଥିଲେ ।

ହେଲେ ଦୁଃଖର କଥା ଏହି ପରିବାର ଜମିର ପଟ୍ଟା ପାଇ ଆଜି ଯାଏ ଖଜଣା ଦେଇଚାଲିଛନ୍ତି ସିନା କିନ୍ତୁ ଆଜି ଯାଏ ଚିହ୍ନଟ ହୋଇପାରିଲା ନାହିଁ ସେମାନଙ୍କ ଜମି । ଗୁହାରୀ କରି କରି ଥକିଗଲେଣି ସୁଦ୍ଧା କେହି ଶୁଣିବାକୁ ନାରାଜ୍ । ତେବେ ଏନେଇ ଲହୁଣୀପଡା ଅତିକ୍ତ ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି, ସେ ଯଥାଶୀଘ୍ର ତଦନ୍ତ କରି ଉପଯୁକ୍ତ ପଦକ୍ଷପ ନେବା ସହିତ ହିତାଧିକାରୀଙ୍କ ଜମି ଚିହ୍ନଟ କରାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.