ସୁଧ ଟଙ୍କାକୁ ନେଇ ହେଲା ବଚସା, ବୃଦ୍ଧଙ୍କ ଆଖି ଫୁଟେଇଦେଲେ ଟଙ୍କା ଦେଇଥିବା ଲୋକ

ନୟାଗଡ (କେନ୍ୟୁଜ୍‌) : ସୁଧ ବ୍ୟବସାୟକୁ ନେଇ ବୃଦ୍ଧଙ୍କ ଆଖି ଫୁଟେଇଦେଲେ । ସୂଚନା ଅନୁଶରେ, ନୟାଗଡ ଇଟାମାଟି ଥାନା ସଜନ।ପଡା ଗାଁର ପରମାନନ୍ଦ ରାଉତରାୟ , ଷଠିଆପଲି ଗାଁର ଶଙ୍କର ସ୍ଵାଇଁଙ୍କ ପକ୍ଷରୁ କୋଡିଏ ହଜାର ଟଙ୍କା ସୁଧାକୁ ଆଣିଥିଲେ। ଗତକାଲି ରାତିରେ ସୁଧ ମୂଳ ସହ 35 ହଜାର ଟଙ୍କା ଦାବି କରିଥିଲେ। ପରମାନନ୍ଦ 30 ହଜାର ଟଙ୍କା ଦେବେ କହିବାରୁ ଏଥିରେ ଶଙ୍କର ସ୍ଵାଇଁଙ୍କ ସ୍ତ୍ରୀ ଓ ତାଙ୍କର ଚାରି ଜଣ ଝିଅ ରାଜି ହୋଇନଥିଲେ। ବଚସା ପରେ,ପରମାନନ୍ଦରାଉତରାୟଙ୍କୁ ଆକ୍ରମଣ କରି ତାଙ୍କର ଏକ ଆଖି ଫୁଟେଇଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିଶ୍ଚ।ଳୟ, ପରେ, ଭୁବନେଶ୍ଵରକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ, ନୟାଗଡ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.