ରାଜ୍ୟରେ ବରିଷ୍ଠ ଜୁଡିସିଆଲ୍‌ ଅଫିସରଙ୍କ ବଡ ଧରଣର ଅଦଳବଦଳ, ୭୭ଜଣ ଜିଲ୍ଲା ଜଜ୍‌ ଓ ୧୧ଜଣ ସିନିୟର ସିଭିଲ୍‌ ଜଜ୍‌ଙ୍କ ବଦଳି

କଟକ(କେନ୍ଯୁଜ୍): ରାଜ୍ୟରେ ବରିଷ୍ଠ ଜୁଡିସିଆଲ୍‌ ଅଫିସରଙ୍କ ବଡ ଧରଣର ଅଦଳବଦଳ। ୭୭ଜଣ ଜିଲ୍ଲା ଜଜ୍‌ ଓ ୧୧ଜଣ ସିନିୟର ସିଭିଲ୍‌ ଜଜ୍‌ଙ୍କ ବଦଳି ହୋଇଛି। ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶିଶିର କୁମାର ରଥଙ୍କୁ ଦେବୋତ୍ତର କମିଶନର ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଦିଲ୍ଲୀପ କୁମାର ମିଶ୍ରଙ୍କୁ ଆଇନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ଜିଲ୍ଲା ଜଜ୍‌ ଅତିରିକ୍ତ ଜିଲ୍ଲା ଜଜ୍‌ ର‍୍ୟାଙ୍କରେ ଅନ୍ୟ ୭୫ଜଣଙ୍କୁ ବଦଳି କରାଯାଇଛି। ସେହିଭଳି ସିନିୟର ସିଭିଲ ଜଜ ପାହ୍ୟାର ୧୧୦ଣ ଜୁଡିସିଆଲ୍‌ ଅଫିସରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.