ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ଵଳିତ ହେଲା ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ

ପୁରୀ(କେନ୍ଯୁଜ୍): ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ଵଳିତ ହେଲା ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ। ପବିତ୍ର ପଙ୍କୋଦ୍ଧାର ଏକାଦଶୀ ଅବସରରେ ଶ୍ରୀଲୋକନାଥ ଦେବଙ୍କ ପୀଠରେ ସର୍ବବୃହତ ଜଗତ ମଙ୍ଗଳ ଜାଗରଦୀପ ପ୍ରଜ୍ୱଳିତ ହୋଇଛି।
ପାର୍ବତୀ ସାଗର ନିକଟରେ ଏହି ଦୀପକୁ ପ୍ରଜ୍ୱଳିତ କରାଯାଇଛି। ଏହି ବୃହତ ଦୀପ ଶିବରାତ୍ରୀ ପର୍ଯ୍ୟନ୍ତ ପ୍ରଜ୍ୱଳିତ ହେବ। ଛଅଫୁଟ ଲମ୍ବ, ୪ଫୁଟ ଓସାର ଏବଂ ଅଢେଇ ଫୁଟ ଗଭୀର ଏହି ବୃହତ ଦୀପରେ ପ୍ରାୟ ଅଢେଇ କୁଇଣ୍ଟାଲ ଘିଅ ଢଳାଯିବା। ପବିତ୍ର ଶିବରାତ୍ରି ବା ଜାଗରରେ ମହାଦୀପ ଉଠିବା ପରେ ଏହି ବୃହତ ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ।