ଦୁଇବର୍ଷ ପରେ ଆଜିଠୁ ଖୋଲିଲା ପ୍ରଥମରୁ ୫ମ ଶ୍ରେଣୀ, ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଯାପକ ପ୍ରସ୍ତୁତି

ଭୁବନେଶ୍ବର(କେନ୍ଯୁଜ୍): ଦୁଇବର୍ଷ ପରେ ଆଜିଠୁ ଖୋଲିଲା ପ୍ରଥମରୁ ୫ମ ଶ୍ରେଣୀ। ଏଥିସହ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଶ୍ରେଣୀଗୃହ ପାଠପଢା ମଧ୍ୟ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍କୁଲ ଖୋଲିଲେ ମଧ୍ୟ ପ୍ରଥମ ସପ୍ତାହରେ କେବଳ ବିଭିନ୍ନ ଆକ୍ଟିଭିଟି କରାଯିବ। ପାଠ ପଢା ଯିବ ନାହିଁ।

ପ୍ରାୟ ୨ବର୍ଷ ଧରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ କୌଣସି ଶିକ୍ଷା ଗ୍ରହଣ କରିନାହାନ୍ତି। ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ ହେବ। ଫଳରେ ଶ୍ରେଣୀ ପାଠପଢା ଠାରୁ ଦୂରରେ ଥିବା ପିଲାମାନେ ପଛାଇ ଯିବେ ନାହିଁ। ସ୍କୁଲ ପରିସରକୁ ବିଶୋଧନ କରାଯାଇଛି। ପିଲାଙ୍କ ଉପସ୍ଥାନ ଯେଭଳି ବଢିବ ସେନେଇ ଅଭିଭାବକଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।