କେତେବଳେ ବି ଋଷ ଉପରେ ହୋଇପାରେ ପରମାଣୁ ହମଲା, ନିଜ ପରମାଣୁ ଫୋର୍ସକୁ ଆଲର୍ଟ କଲେ ରାଷ୍ଟ୍ରପତି ପୁଟିନ୍

ନୂଆଦିଲ୍ଲୀ: ପରମାଣୁ ଫୋର୍ସକୁ ଆଲର୍ଟ କଲା ଋଷ । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ରଷ୍ଟ୍ରେପତି ଭ୍ଲାଦମିର ପୁଟିନ ଦେଶର ପରମାଣୁ ପ୍ରତିରୋଧ ଫୋର୍ସକୁ ହାଇ ଆଲର୍ଟରେ ରଖିଛନ୍ତି । ଆମେରିକା ଓ ପାଶ୍ଚାତ୍ୟ ଦେଶ ଯେଭଳି ବିବୃତି ଦେବାରେ ଲାଗିଛନ୍ତି, ତାହା ଭବିଷ୍ୟତରେ ଋଷ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ଋଷର ସୁରକ୍ଷା ଲାଗି ଏଭଳି ପଦକ୍ଷେପ ନେଇଛି । ପଶ୍ଚିମ ରାଷ୍ଟ୍ରମାନେ ଋଷ ବିରୋଧରେ ଲଗାତର ଆର୍ଥିକ କଟକଣା ଲାଗୁ କରୁଥିବାରୁ ପୁଟିନ ଅତିମାତ୍ରାରେ କ୍ଷୁବ୍ଧ ହୋଇଛନ୍ତି । ପରମାଣୁ ଅସ୍ତ୍ର ହାଇଆଲର୍ଟରେ ରଖିବା ପରେ ୟୁରୋପରେ କୋକୁଆ ଭୟ ଖେଳିଯାଇଛି ।
ୟୁକ୍ରେନ୍ ଉପରେ ଆକ୍ରମଣ କରି ଛାରଖାର କରିଦେଇଥିବା ଋଷ ନିଜ ଦେଶ ପ୍ରତି ଏକ ମହାବିପତ୍ତିର ଆଶଙ୍କା ରଖିଛି। କେତେବଳେ ବି ଋଷ ଉପରେ ହୋଇପାରେ ପରମାଣୁ ହମଲା। ଏଥିପାଇଁ ନିଜ ଦେଶର ପରମାଣୁ ବାହିନୀକୁ ସତର୍କ ରହିବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସତର୍କ କରାଇଛନ୍ତି। ୟୁକ୍ରେନ୍ ପ୍ରତି ପଶ୍ଚିମ ଦେଶମାନେ ସହାୟତା କରିବାକୁ ଆଗେଇ ଆସିବାରୁ ଋଷ ନିଜ ପ୍ରତି ବିପଦ ଅଶଙ୍କା କରିଛି। କାଳେ ପରମାଣୁ ଆକ୍ରମଣ ହୋଇପାରେ ସେଇ ଆଶଙ୍କାରେ ଋଷ ଅଧିକ ସତର୍କ ହୋଇଛି।
ଏପଟେ ଋଷ-ୟୁକ୍ରେନ ଯୁଦ୍ଧରେ ସାମିଲ ହେବ ବେଲାରୁଷ। ଋଷ ସମର୍ଥନରେ ୟୁକ୍ରେନ ବିରୋଧରେ ଲଢିବ। ପ୍ରଥମ ଟ୍ରାନ୍ସପୋର୍ଟ ବିମାନରେ ବେଲାରୁଷ ପାରାଟ୍ରୁପର୍ସ ୟୁକ୍ରେନରେ ମୁତୟନ ହେବେ। ଏପଟେ ୟୁକ୍ରେନ-ଋଷ ଯୁଦ୍ଧରେ ୩୫୨ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୪ ଶିଶୁ। ୧୬୮୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୧୬ ଶିଶୁ ଅଛନ୍ତି।