ଆଲବମ୍ ଅଭିନେତ୍ରୀ ରୁଚିସ୍ମିତାଙ୍କ ଆଖି ଦାନ କଲେ ପରିବାର ଲୋକ

ଆଲବମ୍ ଅଭିନେତ୍ରୀ ରୁଚିସ୍ମିତାଙ୍କ ଆଖିରେ ଆଉ ଜଣେ ଦେଖିବ ଦୁନିଆ । ରୁଚିସ୍ମିତାଙ୍କ ଆଖିକୁ ଦାନ କରିଛନ୍ତି ପରିବାର ଲୋକ । ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ କରାଯାଇଛି ଚକ୍ଷୁ ଦାନ ।

ବଲାଙ୍ଗିର(କେନ୍ୟୁଜ୍) : ଆତ୍ମହତ୍ୟା ବଢୁଛି ସସପେନ୍ସ ବି ବଢୁଛି। ପ୍ରତିଦିନ ସାମ୍ନାକୁ ଆସୁଛି ଏଭଳି ଘଟଣା। ଏହାରି ଭିତରେ ପୁଣି ଏକ ଆତ୍ମହତ୍ୟା ଘଟଣା ସାମନାକୁ ଆସିଛି। ଗତକାଲି ବଲାଙ୍ଗିରରେ ଜଣେ ଓଡ଼ିଆ ଆଲବମ ଅଭିନେତ୍ରୀ କରିଛନ୍ତି ସୁଇସାଇଡ୍। ଯାହାଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ତେବେ ଏହି ଆଲବମ୍ ଅଭିନେତ୍ରୀଙ୍କ ଆଖିରେ ଆଉ ଜଣେ ଦେଖିବ ଦୁନିଆ । ଅଭିନେତ୍ରୀ ରୁଚିସ୍ମିତାଙ୍କ ଆଖିକୁ ଦାନ କରିଛନ୍ତି ପରିବାର ଲୋକ । ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ କରାଯାଇଛି ଚକ୍ଷୁ ଦାନ।

ଏପଟେ କେମିତି ଓ କେଉଁ ପରିସ୍ଥିତିରେ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁ ହେଲା । ବଲାଙ୍ଗିର ସୁଦପଡ଼ା ସ୍ଥିତ ମାମୁଁ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କାହିଁକି ସୁଇସାଇଡ୍‌ କଲେ ରୁଚିସ୍ମିତା ? କାରଣ କଣ ହୋଇଥାପାରେ ? ଆତ୍ମହତ୍ୟା ପୂର୍ବରୁ ରୁଚିସ୍ମିତା ଓ ତାଙ୍କ ମାଆଙ୍କ ମଧ୍ୟରେ ବଚସା ହୋଇଥିଲା । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

album actress

ମୃତଦେହ ଉଦ୍ଧାର ବେଳେ ତାଙ୍କ ବେକରେ ବ୍ଲୁଟୁଥ୍‌ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଘର ବଲାଙ୍ଗିର ସହରର ତାଲପାଲିପଡ଼ାରେ । ଗତକାଲି ସେ ମାମୁଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ କାହିଁକି ସୁଇସାଇଡ୍‌ କଲେ ଅଧିକ ଖୋଳତାଡ ଚଳାଇଛି ବଲାଙ୍ଗିର ଟାଉନ ଥାନା ପୋଲିସ । ରୁଚିସ୍ମିତା ଜଣେ ସମ୍ବଲପୁର ଆଲବମ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ । ରଙ୍ଗବତୀ ଏଗେନ ଗୀତରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ରୁଚିସ୍ମିତା । ଏଥିସହ ଅନେକ ଆଲବମ୍‌ରେ ଗୀତ ବି ଗାଇଛନ୍ତି । ସମ୍ବଲପୁରୀ ଆଲବମ୍‌ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ରୁଚିସ୍ମିତା ।

ସତ କହିବାକୁ ଗଲେ, ଆଜିର ସମାଜରେ କାହିଁକି ବଢି ଚାଲିଛି ଆତ୍ମହତ୍ୟା ମାମଲା। କାହିଁକି ଜୀବନ ବଞ୍ଚିବା ବୟସରେ ଜୀବନ ସାରି.ଦେବାକୁ ନିଷ୍ପତି ନେଉଛନ୍ତି ଯୁବପୀଢି। ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଉଛି । କେଉଁଠି ମୃତ୍ୟୁ ପରେ ଭାଇରାଲ୍‌ ହେଉଛି ଅଡିଓ,ଭିଡିଓ କଲ୍ ତ କେଉଁଠି ହାତ ଲେଖା ଚିଠି। ଆଉ କେଉଁଠି କାଣ ନଜଣାପଡି ସସପେନ୍ସ ରହିଯାଉଛି।

ଭାଙ୍ଗି ଯାଇଥିବା ସମ୍ପର୍କକୁ ନେଇ ହେଉ କିମ୍ବା ପାରିବାରିକ କଳହକୁ ନେଇ ମର୍ମାହତ ହୋଇପଡି ଏଭଳି ପଦକ୍ଷପ ନେଉଛନ୍ତି କି ଯୁବପୀଢି? ତେବେ ଅନେକ ଆତ୍ମହତ୍ୟା ପଛର ଘଟଣା ରହି ଯାଇଛି ରହସ୍ୟ ଭିତରେ । ଏଭଳି ସ୍ଥିତିରେ ପରିବାର କଥା କିଏ ଭାବୁଛି? ସେମାନଙ୍କୁ ନ୍ୟାୟ ମିଳୁଛି କି ନାହିଁ ଏକଥା ବି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।