ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଡ଼ାକରା

ଭୁବନେଶ୍ବର(କେ ନ୍ୟୁଜ୍‌): ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ରାଜ୍ୟର ଆଇନଜୀବୀଙ୍କ କାର‌୍ୟ୍ୟବନ୍ଦ ଡାକରା। ଆଇନଜୀବୀଙ୍କ ୫ଦଫା ଦାବିପୂରଣ ହେଉନଥିବାରୁ କେନ୍ଦ୍ର ସରକାରଙ୍କୁ ପ୍ରତିବାଦ ଜଣାଇବ ସଂଘ। ଏହାସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ। ବାରମ୍ବାର ଦାବି ସତ୍ତ୍ୱେ ଆଇନଜୀବୀମାନଙ୍କର ଦାବି ଗ୍ରହଣ କରୁନାହାନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ମଧ୍ୟ ପୂର୍ବରୁ ପ୍ରତିଶୃତି ଦେଇଥିଲେ ।

କିନ୍ତୁ ତାହା କାର‌୍ୟ୍ୟକାରୀ ହୋଇନାହିଁ। ଦାବିଗୁଡିକ ମଧ୍ୟରେ ରହିଛି ସମସ୍ତ ବାର ଆସୋସିଏସନ ବିଲଡିଂ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ, ଓକିଲଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର ବାର୍ଷିକ ପାଞ୍ଚ ହଜାର କୋଟିର ବ୍ୟୟ ବରାଦ, ନୂତନ ଭାବେ ଯୋଗ ଦେଉଥିବା ଓକିଲଙ୍କୁ ୫ବର୍ଷ ପର‌୍ୟ୍ୟନ୍ତ ୧୦ହଜାର ଟଙ୍କା ଲେଖାଁଏ ଷ୍ଟାଇପେଣ୍ଡ, ଓକିଲଙ୍କ ବାସଗୃହ ପାଇଁ ସରକାରୀ ସ୍କିମ ଜରିଆରେ ଜମି ଯୋଗାଇ ଦେବା, ଆଇନ ସହାୟତା ପ୍ରାଧିକରଣ ଆକ୍ଟର ସଂଶୋଧନ କରି ଜୁଡିସିଆଲ ଅଫିସରଙ୍କ ସ୍ଥାନରେ ଓକିଲଙ୍କୁ ନିଯୁକ୍ତି, ଯୋଗ୍ୟତା ସମ୍ପନ୍ନ ଓକିଲଙ୍କୁ ବିଭିନ୍ନ ଟ୍ରିବ୍ୟୁନାଲ, କମିଶନ ଓ ଫୋରମରେ ନିଯୁକ୍ତି। ଏହି ଦାବିପତ୍ରକୁ ୧୧ ତାରିଖରେ ବିଭିନ୍ନ ସଦର ମହକୁମାରେ ଥିବା ସରକାରୀ ଅଧିକାରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ । ସେହିଭଳି ୧୨ ତାରିଖରେ ଭୁବନେଶ୍ୱର ଠାରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.