ଓକିଲ ଆନ୍ଦୋଳନ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହେବେ ଡିଜିପି ଓ ସମ୍ବଲପୁର ଆଇଜି, ନିର୍ଦ୍ଦେଶକୁ ଅପେକ୍ଷା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହେବେ ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି ଦୀପକ କୁମାର । କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କୋର୍ଟଙ୍କୁ ଅବଗତ କରାଇବେ । ଆନ୍ଦୋଳନକୁ ନିୟନ୍ତ୍ରଣ କରି ନପାରିଲେ କେନ୍ଦ୍ରୀୟ ଫୋର୍ସ ବ୍ୟବସ୍ଥା କରିବେ ବୋଲି ସୋମବାର କହିଥିଲେ ଜଷ୍ଟିସ ସଞ୍ଜୟ କିଷନ କୌଲ ଓ ଜଷ୍ଟିସ ଅଭୟ ଏସ୍‌. ଓକାଙ୍କ ଖଣ୍ଡପୀଠ । ପୋଲିସକୁ ପ୍ରଶ୍ନ କରିଥିଲେ, ଆନ୍ଦୋଳନକାରୀଙ୍କ ସହ ବିନମ୍ର କଥାବାର୍ତ୍ତା କାହିଁକି କରୁଛ ? ସେମାନଙ୍କୁ ହେପାଜତରେ କାହିଁକି ନିଆଯାଉନି ? କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ସହ ଆନ୍ଦୋଳନକୁ ରୋକି ପାରିବ କି ନାହିଁ ଜଣାଇବାକୁ ପୋଲିସକୁ କହିଥିଲେ କୋର୍ଟ ।

କାହିଁକି କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେଉଛ ? କୋର୍ଟ ଭିତରେ ଜବରଦସ୍ତି ପଶିବା ଓ ଅଦାଲତ କାର୍ଯ୍ୟରେ ବାଧା ଦେବାକୁ ରୋକି ପାରିଲ ନାହିଁ କାହିଁକି ? ଦୁଇ ଦିନ ଭିତରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ? ଆନ୍ଦୋଳନକୁ ରୋକିବାରେ କଣ ପଦକ୍ଷେପ ନେଇଛନ୍ତି ? ନ୍ୟାୟପାଳିକାକୁ ସୁରକ୍ଷା ଦେବାରେ ସମର୍ଥ କି ନୁହେଁ ? ଆଗକୁ ଯଦି ଯେଉଁଠି କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୁଏ କଣ କାର୍ଯ୍ୟାନୁଷ୍ଠାନ ନେବ ସେନେଇ ପୋଲିସ ଡିଜିଙ୍କୁ ସମ୍ଭାବ୍ୟ ପ୍ରଶ୍ନ ପଚାରି ପାରନ୍ତି ସୁପ୍ରିମକୋର୍ଟ । ଏଦିଗରେ ସୁପ୍ରିମକୋର୍ଟଙ୍କୁ ସବିଶେଷ ତଥ୍ୟ ଦେବେ ପୋଲିସ ଡିଜି ଓ ସମ୍ବଲପୁର ଆଇଜି ।

 

 

 

Leave A Reply

Your email address will not be published.