Below header

ପାଟିରୁ ଛାଡିବନି ସ୍ୱାଦ ଯଦି ଥରେ ଏମିତି ଖାଇବେ ପନୀର ୬୫, କେମିତି ବନାଇବେ ଜାଣନ୍ତୁ

ବ୍ରେକଫାଷ୍ଟ ହେଉ ଅବା ଟିଫିନ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ପନୀର – ୨୫୦ ଗ୍ରାମ୍‌
  • କଞ୍ଚା ଲଙ୍କା – ୪ଟି
  • ଅଦା – ଗୋଟେ ଖଣ୍ଡ
  • ଭୃଷଙ୍ଗ ପତ୍ର – ୧୦ ରୁ ୧୫ଟି
  • ଧନିଆ ପତ୍ର (ଛୋଟ କଟା ହୋଇଥିବା) – ୨ ବଡ ଚାମଚ୍‌
  • ଦହି – ୨ ବଡ ଚାମଚ୍‌
  • ଚାଉଳ ଗୁଣ୍ଡ – ୨ ବଡ ଚାମଚ୍‌
  • ଲୁଣ – ୧ ଛୋଟ ଚାମଚ୍‌
  • କଶ୍ମୀର ଲାଲ ଲଙ୍କା ପାଉଡର – ୧/୨ ଛୋଟ ଚାମଚ୍‌
  • ଲେମ୍ବୁ ରସ – ୧ ଛୋଟ ଚାମଚ୍‌
  • ଟମାଟୋ ସସ୍‌

ପ୍ରସ୍ତୁତି ପ୍ରଣାଳୀ

  • ପନୀରକୁ ୨ ଇଞ୍ଚ୍‌ ଲମ୍ବା ଏବଂ ଅଧା ଇଞ୍ଚ୍‌ ଚଉଡାରେ କାଟି ଦିଅନ୍ତୁ।
  • ଅଦାର ଚୋପା ଛଡାଇ ଧୋଇ ଦିଅନ୍ତୁ। ଏବେ ଏହାକୁ କାଟି ଦିଅନ୍ତୁ ଏବଂ କଞ୍ଚା ଲଙ୍କାକୁ ଧୋଇ ଦିଅନ୍ତୁ।
  • ଭୃଷଙ୍ଗ ପତ୍ରକୁ ମଧ୍ୟ ସଫା କରିଦିଅନ୍ତୁ।
  • ଅଦା, କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର ଏବଂ ଧନିଆ ପତ୍ରକୁ ମିକ୍ସର ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ। ଯଦି ଆବଶ୍ୟକ ପଡେ ତାହେଲେ ଅଳ୍ପ ପାଣି ମିଶାଇ ପାରିବେ।
  • ଏକ କାଚ ଗିନାରେ ଏହି ପେଶି ରଖିଥିବା ପେଷ୍ଟକୁ ରଖନ୍ତୁ। ଏବେ ଏଥିରେ ଦହି, ଚାଉଳ ଗୁଣ୍ଡ, କଶ୍ମୀର ଲାଲ ଲଙ୍କା ପାଉଡର ଏବଂ ଲେମ୍ବୁ ମିଶାନ୍ତୁ। ସମସ୍ତ ସାମଗ୍ରୀକୁ ଭଲଭାବେ ମିଶାନ୍ତୁ।
  • ଏବେ ଏହି ମସଲାରେ ପନୀର ଖଣ୍ଡକୁ ପକାନ୍ତୁ ଏବଂ ସମସ୍ତ ମସଲାକୁ ପକାଇ ମ୍ୟାରିନେଟ୍‌ କରନ୍ତୁ। ୨୦ ରୁ ୨୫ ମିନିଟ୍‌ ପାଇଁ ଅଲଗା ରଖିଦିଅନ୍ତୁ।
  • ଏକ କଡାରେ ତେଲ ଗରମ କରନ୍ତୁ। ମଧ୍ୟମ ଆଞ୍ଚରେ ମସଲା ସହ ପନୀରକୁ ଭାଜନ୍ତୁ। ଏବେ ଫ୍ରାଏ କରିଥିବା ପନୀରକୁ କିଚେନ୍‌ ପେପର ଉପରେ ବାହାର କରିଦିଅନ୍ତୁ।
  • ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ସ୍ୱାଦିଷ୍ଟ ପନୀର ୬୫। ଏହାକୁ ଆପଣ ଧନିଆ ପତ୍ରରେ ସଜାଇ ନିଜ ମନ ପସନ୍ଦର ସସ୍‌ ସହିତ ଖାଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.