ତାଓ୍ବାଙ୍ଗରେ ଭାରତ-ଚୀନ ସଂଘର୍ଷ: ଭାରତକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆମେରିକାର ପ୍ରତିଶ୍ରୁତି

ନୂଆଦିଲ୍ଲୀ : ତଓ୍ଵାଗ ଚୀନ-ଭାରତ ମୁହାମୁହିଁ ଘଟଣାରେ ଭାରତକୁ ଆମେରିକା ସମର୍ଥନ। ଭାରତକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆମେରିକାର ପ୍ରତିଶ୍ରୁତି । ସାମ୍ବାଦିକ ସମ୍ମିଳନୀରେ ପେଣ୍ଟାଗନ ପ୍ରେସ ସଚିବ ପ୍ୟାଟ୍‌ ରାଇଡର୍‌ ଚୀନର ଭର୍ତ୍ସନା କରିବା ସହ LAC ରେ ପ୍ରତିରକ୍ଷା ବିଭାଗ ତୀବ୍ର ଦୃଷ୍ଟି ରଖିଛି ବୋଲି କହିଛନ୍ତି ।

ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଚୀନ୍‌ ସୈନିକ ଏକତ୍ର କରିବା ଓ ସାମରିକ ଭିତ୍ତିଭୂମି ର୍ନିମାଣ କରିବା କଥା ଆମେରିକା ଦେଖିଛି। ଉତ୍ତେଜନା ହ୍ରାସ ପାଇଁ ଭାରତ ଚଳାଇଥିବା ଉଦ୍ୟମକୁ ଆମେରିକା ପୂର୍ଣ୍ଣ ସମର୍ଥନ କରୁଛି । ଇଣ୍ଡୋ-ପାସିଫିକ୍‌ ଅଞ୍ଚଳରେ ଥିବା ଆମେରିକାର ମିତ୍ର ରାଷ୍ଟ୍ରମାନଙ୍କ ଅଞ୍ଚଳରେ ଚୀନ୍‌ ବିନାକାରଣରେ ଉତ୍ତେଜନା ସୃଷ୍ଟିକାରୀ ଭାବେ ଚିହ୍ନାପଡୁଥିବା ଏହି ସଂଘର୍ଷରୁ ଜଣାପଡୁଛି ।

ଉଲ୍ଲେଖଯୋଗ୍ୟ, ୨୦୨୦ରେ ଲଦାଖର ଗଲ୍‌ୱାନ୍‌ ସଂଘର୍ଷ ପରେ ଭାରତ ଓ ଚୀନ୍‌ ସେନାଙ୍କ ମଧ୍ୟରେ ଡିସେମ୍ବର ୯ ତାରିଖ ଦିନ ଅରୁଣାଚଳ ପ୍ରଦେଶର ତୱାଙ୍ଗ୍‌ ସେକ୍ଟର୍‌ରେ ଏଭଳି ସଂଘର୍ଷ ଘଟିଛି। ଗଲ୍‌ୱାନ୍‌ ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବ‌େଳେ ତୱାଙ୍ଗ୍‌ ସଂଘର୍ଷରେ କେହି ପ୍ରାଣ ହରାଇ ନାହାନ୍ତି। ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଚୀନ୍‌ ସେନା ବଳପୂର୍ବକ ଭାରତୀୟ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବା ବେଳେ ଘଟଣାସ୍ଥଳରେ ଜମ୍ମୁ ଓ କଶ୍ମୀର ରାଇଫଲ୍‌, ଜାଟ୍‌ ରେଜିମେଣ୍ଟ୍‌ ଏବଂ ଶିଖ୍‌ ଲାଇଟ୍‌ ଇନ୍‌ଫାଣ୍ଟ୍ରିର ଯବାନମାନେ ମହଜୁଦ ଥ‌ିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.