ରାୟଗଡା: ମାଆ ଗୃହ ପରିଚାଳିକାଙ୍କୁ ହତ୍ୟା ! ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର

ମାଆ ଗୃହ ପରିଚାଳିକାଙ୍କୁ ହତ୍ୟା ଅଭିଯୋଗ । ରାୟଗଡା ଜିଲ୍ଲା ଚନ୍ଦ୍ରପୁରଠାରେ ଥିବା ମାଆ ଗୃହର ପରିଚାଳିକା ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ହୋଇଛି । ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଥିବାରୁ ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାୟଗଡା(କେନ୍ୟୁଜ) : ମାଆ ଗୃହ ପରିଚାଳିକାଙ୍କୁ ହତ୍ୟା ଅଭିଯୋଗ । ରାୟଗଡା ଜିଲ୍ଲା ଚନ୍ଦ୍ରପୁରଠାରେ ଥିବା ମାଆ ଗୃହର ପରିଚାଳିକା ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ହୋଇଛି । ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଥିବାରୁ ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଲକ୍ଷ୍ମୀ ମାଝୀଙ୍କ ଘର କାଶୀପୁର ବ୍ଳକ ନକଟିଗୁଡା ଗାଁରେ । ସେ ଜଣେ ଭିନ୍ନକ୍ଷମ । କେମିତି ତାଙ୍କ ଦେହରେ ନିଆଁ ଲାଗିଲା ? ଅଘଟଣ ନା ହତ୍ୟା ? ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.