୫ ଦିନ ହେଲାଣି ଦୁବାଇରେ ମୃତ୍ୟୁ, କିନ୍ତୁ ଆଜି ଯାଏ ଘରକୁ ଫେରିନି ମୃତ ଦେହ

ଗଞ୍ଜାମ(କେନ୍ୟୁଜ୍): ୫ ଦିନ ହେଲାଣି ଦୁବାଇରେ ମୃତ୍ୟୁ ହେଲାଣି। କିନ୍ତୁ ଆଜି ଯାଏ ମୃତ ଦେହ ଘରକୁ ଫେରିନି। ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଉଦ୍ବେଗ। ଗଞ୍ଜାମ ଖଲ୍ଲିକୋଟ ବ୍ଲକ କୈଠଡ଼ାର ଜୟ ଦଳେଇଙ୍କର ଗତ ୧୬ ତାରିଖରେ ଦୁବାଇରେ ମୃତ୍ୟୁ ହୋଇଥିଲା। ଜୟଙ୍କ ଶବ ଶୀଘ୍ର କିପରି ଫେରିବ ସେ ନେଇ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ଜୟ ୮-୯ ବର୍ଷ ହେବ ଦୁବାଇରେ କାମ କରୁଥିଲେ। ଗତ ୧୬ ତାରିଖ ଦିନ ଅସୁସ୍ଥ ହୋଇ ପଡିଥିଲେ ଜୟ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜୟଙ୍କ ମୃତ୍ୟୁରେ ଘରେ ଶୋକର ବାତାବରଣ। ଏହାସହ ଏବେ ମୃତ ଦେହ ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢି ଯାଇଛି। ସେପଟେ ଜିଲ୍ଲା ଶ୍ରମ ବିଭାଗ ଜିଲ୍ଲାପାଳଙ୍କ ଜରିଆରେ ଶ୍ରମ କମିଶନରଙ୍କୁ ଏ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ମୃତ ଦେହକୁ ଫେରାଇ ଆଣିବାକୁ ସବୁ ଉଦ୍ୟମ ହେଉଥିବା କହିଛନ୍ତି, ଗଞ୍ଜାମ ଜିଲ୍ଲା ମଣ୍ଡଳ ଶ୍ରମ କମିଶନର।