ଚିର ନିଦ୍ରାରେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର, ଖାନନଗର ଶ୍ମଶାନରେ ଆଜି ହେବ ଶେଷକୃତ୍ୟ
ଚିର ନିଦ୍ରାରେ ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଖାନନଗର ଶ୍ମଶାନରେ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ।

ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଖାନନଗର ଶ୍ମଶାନରେ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ।
ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ପ୍ରଥମ ଭାରତୀୟ ଭାବେ ଇଂରାଜୀ କବିତା ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ଜଣେ ଅନ୍ତର୍ଜାତୀୟ କବି ଭାବରେ ସେ ବେଶ ଖ୍ୟାତି ଲାଭ କରିଥିଲେ।
ତାଙ୍କ ଲିଖିତ ଇଂରାଜୀ କବିତା ପୁସ୍ତକ ଇଣ୍ଡିଆନ ସମର ଓ ହଙ୍ଗର ଆଧୁନିକ ଭାରତର ଇଂରାଜୀ ସାହିତ୍ୟର ଶ୍ରେଷ୍ଠ ପୁସ୍ତକ ଭାବେ ବିବେଚିତ ହୋଇଛି। ଓଡିଆ କବିତାରେ ଅସାଧାରଣ ସାହିତ୍ୟ ରଚନା କରି ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି।
ଓଡ଼ିଆ ଭାଷାରେ ବଳୀ, କହିବେ ଗୋଟିଏ କଥା, ବାୟା ରାଜା, ଟିକିଏ ଛାଇ, ଚାଲି, ଯଦିବା ଗପଟିଏ, ସ୍ମୃତି ପରି କିଛିଟି ଆଦି ପୁସ୍ତକ ରଚନା କରିଛନ୍ତି। ୨୦୦୯ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ୨୭ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ।