ଶ୍ରୀଲୋକନାଥଙ୍କ ପାଖରେ ଶ୍ରାବଣ ଶେଷ ସୋମବାରରେ ବୋଲବମ ଭକ୍ତଙ୍କ ଭିଡ଼
ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପାଖରେ ଶ୍ରାବଣ ଶେଷ ସୋମବାରରେ ପ୍ରବଳ ବୋଲବମ ଭକ୍ତ ଜଳଲାଗି କରିଛନ୍ତି। ବୋଲବମ ଭକ୍ତଙ୍କ ସହ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ ଦର୍ଶନ କରିଥିଲେ।ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପାଖରେ ଶ୍ରାବଣ ଶେଷ ସୋମବାରରେ ପ୍ରବଳ ବୋଲବମ ଭକ୍ତ ଜଳଲାଗି କରିଛନ୍ତି। ବୋଲବମ ଭକ୍ତଙ୍କ ସହ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ ଦର୍ଶନ କରିଥିଲେ।ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଆଜି ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଗତକାଲି ରାତିରୁ ହିଁ ଶ୍ରାବଣ ଶେଷ ସୋମବାର ଜଳଲାଗି ପାଇଁ ଭିଡ ଲାଗିଛି । ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ରାତ୍ର ସାଢେ 12 ଟାରୁ ଜଳଲାଗି ଆରମ୍ଭ ହୋଇଛି ।ସମସ୍ତ କାଉଡିଆଙ୍କ ପାଣିଭାର ରଖିବା ପାଇଁ ବ୍ୟବସ୍ଥା ହେବା ସହ ଆଶ୍ରୟସ୍ଥଳ ଓ ଫାଷ୍ଟଏଡ ଚିକିତ୍ସାର ମଧ୍ୟ ବ୍ୟବସ୍ଥା ହୋଇଛି । ବ୍ୟାରିକେଡ଼ରେ ରହି କାଉଡ଼ିଆମାନେ ଶ୍ରୀଲୋକନାଥ ମନ୍ଦିର ରୋଷଦ୍ଵାର ପଛପଟ ରାସ୍ତା ଦେଇ ପ୍ରବେଶ କରି ଜଳଲାଗି ଓ ଦର୍ଶନ ପରେ ବଉଳ ଦ୍ଵାର ଦେଇ ବାହାରୁଛନ୍ତି l
ଏଥିପାଇଁ ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ,ସେବାୟତ ନିଯୋଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ସାଧାରଣ ଭକ୍ତ ଶ୍ରଦ୍ଧାଳୁ ମଧ୍ୟ ପୂର୍ବପରି ମୁଖ୍ୟ ଦ୍ଵାର ଦେଇ ପ୍ରବେଶ କରି ଦର୍ଶନ କରୁଛନ୍ତି। ସେପଟେ ଲୋକନାଥଙ୍କ ମନ୍ଦିରରେ ଜଳଲାଗି କରିବାର ସୁଯୋଗ ମିଳିଥିବାରୁ କାଉଡିଆ ମାନେ ନିଜକୁ ଧନ୍ୟ ମନେ କରିବା ସହ ମାନସିକ ଓ ମନସ୍କାମନା ପୂରଣ ହେବ ବୋଲି ଆଶା ରଖିଛନ୍ତି। 20ଟଙ୍କା ର ଟିକେଟ କାଟି କାଉଡିଆ ମାନେ ବାବା ଲୋକନାଥ ଙ୍କ ଉପରେ ଜଳ ଲାଗି କରୁଛନ୍ତି l