Below header

ନୂଆପଡ଼ା: କୋମନା ରେଞ୍ଜ ଭାରୁଆମୁଣ୍ଡା ବିରସୀଙ୍ଗପଡାରେ କଳରାପତରିଆ ବାଘ ଆତଙ୍କ, ଆଖି ସାମ୍ନାରୁ ଭିଡ଼ି ନେଲା ଛେଳି ଓ ମେଣ୍ଢା

ନୂଆପଡା(କେନ୍ୟୁଜ୍):  ନୂଆପଡ଼ା ଜିଲ୍ଲା କୋମନା ବନବିଭାଗ ରେଞ୍ଜ ଅନ୍ତର୍ଗତ ଭାରୁଆମୁଣ୍ଡା ବିରସୀଙ୍ଗପଡାରେ କଳରାପତରିଆ ଚିତା ବାଘର ଆତଙ୍କ ଦେଖାଦେଇଛି ।ଗାଁର ନବୀନ ମାଝୀ ନିକଟସ୍ଥ ତଣ୍ଡୁଲପାହାଡକୁ ଛେଳି ଓ ମେଣ୍ଢା ଚରାଇବାକୁ ଯାଇଥିବା ବେଳେ ଚିତା ବାଘ ଅତର୍କିତ ଭାବେ ଆକ୍ରମଣ କରି ଗୋଟିଏ ଛେଳି ଓ ଗୋଟିଏ ମେଣ୍ଢାକୁ ଖାଇଦେଇଛି।

ସେହିଭଳି ଗାଁର ବନବାସ ମାଝୀଙ୍କ ଗୋଟିଏ ବଳଦକୁ ମଧ୍ୟ ଆକ୍ରମଣ କରି ଆହତ କରିଦେଇଛି । ଏବେ ଭରୁଆମୁଣ୍ଡା ଗ୍ରାମବାସୀଙ୍କ ମଧ୍ୟରେ ଚିତାବାଘର ଆତଙ୍କ ଭୟ ଲାଗିରହିଛି । ସେପଟେ କୋମନା ବନ ବିଭାଗ ରେଞ୍ଜର ଜଗଦୀଶ ଦୁରିଆଙ୍କ ନେତୃତ୍ୱରେ ଏକ ବନକର୍ମଚାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତ ଛେଳି ଓ ମେଣ୍ଢା ମଡକ ଜବତ କରିବା ସହ ସଜାଗ ରହିବାକୁ ଗାଁଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.