Below header

କପିଲ ଶର୍ମାଙ୍କୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚର ସମନ୍‌, ଜାଣନ୍ତୁ କାହିଁକି

କମେଡିଆନ୍‌ କପିଲ୍‌ ଶର୍ମାଙ୍କ ନାଁରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚର ସମନ୍‌ ଜାରି। କପିଲଙ୍କୁ ସମନ୍‌ ଜାରି କରି ନିଜ ବୟାନ୍‌ ରୁଜୁ କରିବାକୁ କହିଛି ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ‌। ଠକାମି ମାମଲାରେ ବୟାନ୍‌ ରଖିବେ ହାସ୍ୟ ଅଭିନେତା କପିଲ୍‌ ଶର୍ମା।

କାର ଡିଜାଇନର ଦିଲିପ୍‌ ଛାବାଡିଆଙ୍କ ଠକାମି ଏବଂ ଧୋକାଦାରୀ ମାମଲାରେ ବୟାନ ରଖିବେ କପିଲ ଶର୍ମା। ସୂଚନା ଅନୁଯାୟୀ କପିଲ ଶର୍ମା କାର୍‌ ଡିଜାଇନର ଦିଲ୍ଲିପ ଛାବାଡିଆଙ୍କ ବିରୁଦ୍ଧରେ ଠକାମି ମାମଲାରେ ଅଭିଯୋଗ ରୁଜୁ କରିଥିଲେ। ଏବେ ତାଙ୍କୁ ସାକ୍ଷ ରୂପରେ ନିଜ ବୟାନ ରଖିବାକୁ ଡାକିଛି କ୍ରାଇମ ବ୍ରାଞ୍ଚ୍‌।


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୨୮ ଡିସେମ୍ବରରେ ଡିସି ଡିଜାଇନର ସଂସ୍ଥାପକ ଏବଂ ଚର୍ଚ୍ଚିତ ଡିଜାଇନର ଦିଲିପ୍‌ ଛାବାଡିଆଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା। ଛାବାଡିଆଙ୍କ ଉପରେ ଧୋକାଦାରୀକୁ ନେଇ ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ଧାରା ୪୨୦, ୪୬୭, ୪୬୮, ୪୭୧, ୧୨୦(ବି) ଏବଂ ୩୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ତେବେ ଦିଲିପ ଛାବାଡିଆ ଭାରତର ବହୁ ଫେମସ୍‌ କାର ଡିଜାଇନର ଭାବେ ଜଣାଶୁଣା। ଭାରତର ପ୍ରଥମ ସ୍ପୋଟର୍ସ କାର ଡିଜାଇନର କରିଥିଲେ ଦିଲିପ୍‌। ସେ ଅଭିତାଭ ବଚ୍ଚନଙ୍କ ଠାରୁ ନେଇ ଶାହରୁଖ ଖାନ୍‌ ଯାଏଁ ଅନେକ ଫିଲ୍ମ କଳାକାରଙ୍କ କାରକୁ ଡିଜାଇନିଂ କରିଛନ୍ତି। କାର୍‌ ସହିତ ସେ ସେଲିବ୍ରିଟୀଙ୍କ ଆଲିସାନ୍‌ ଭ୍ୟାନିଟୀ ଭ୍ୟାନକୁ ବି ଡିଜାଇନ୍‌ କରନ୍ତି। କପିଲଙ୍କ ପାଖରେ ମଧ୍ୟ ଦିଲିପଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଭ୍ୟାନିଟୀ ଭ୍ୟାନ୍‌ ଅଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.