Below header

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନୂଆବର୍ଷରେ ନନ୍ଦନକାନନକୁ ଆସିବେ ଚିତା ଓ ଧଳା ସିଂହ

ନନ୍ଦନକାନନ ଆସିବେ ନୂଆ ଅତିଥି। ନୂଆବର୍ଷରେ ନନ୍ଦନକାନନକୁ ନୂଆ ଅତିଥିଙ୍କ ହେବ ଆଗମନ। ପ୍ରାଣୀବିନିମୟ କାର୍ଯ୍ୟକ୍ରମରେ ଦୁବାଇ ସଫାଇ ପାର୍କରୁ ଆସିବେ ଚିତା ଓ ଧଳା ସିଂହ। କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ପ୍ରାଣୀ ବିନିମୟ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନ ଆସିବେ ନୂଆ ଅତିଥି। ନୂଆବର୍ଷରେ ନନ୍ଦନକାନନକୁ ନୂଆ ଅତିଥିଙ୍କ ହେବ ଆଗମନ। ପ୍ରାଣୀବିନିମୟ କାର୍ଯ୍ୟକ୍ରମରେ ଦୁବାଇ ସଫାଇ ପାର୍କରୁ ଆସିବେ ଚିତା ଓ ଧଳା ସିଂହ। କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ପ୍ରାଣୀ ବିନିମୟ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିଛନ୍ତି। ଏହା ସହ ସିମ୍ପାଜି ଓ ଜଳହସ୍ତୀ ମଧ୍ୟ ଆସିବା ସମ୍ଭାବନା ରହିଛି। ଏ ନେଇ PCCF ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।

ସେହିପରି ନନ୍ଦନକାନନ ଚିଡ଼ିଆଖାନା ବିଶ୍ୱସ୍ତରୀୟ ହେବ। କାରଣ ନନ୍ଦନକାନନ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ମାଷ୍ଟର ପ୍ଲାନକୁ ଅନୁମୋଦନ କରିଛି ସେଣ୍ଟ୍ରାଲ ଜୁ ଅଥରିଟି। ଜନ୍ତୁ ଖୁଆଡ଼ଗୁଡ଼ିକୁ ଅତ୍ୟାଧୁନିକ କରାଯିବ। ସଫାରି ଗୁଡ଼ିକୁ ଚୂଡ଼ଙ୍ଗଗଡ଼ ପାର୍ଶ୍ୱରେ ବଡ଼ ଆକାରରେ ତିଆରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.