ସ୍ମାର୍ଟ ହେବେ ଶିକ୍ଷକ: କେନ୍ଦ୍ରାପଡ଼ାରେ ସ୍ମାର୍ଟ ବୋର୍ଡ ମାଧ୍ୟମରେ ହେବ ପାଠପଢା, ଦିଆଯାଉଛି ତାଲିମ

କେନ୍ଦ୍ରାପଡ଼ା(କେନ୍ଯୁଜ୍): ସ୍ମାର୍ଟ ହେବେ ଶିକ୍ଷକ । କେନ୍ଦ୍ରାପଡ଼ାରେ ସ୍ମାର୍ଟ ବୋର୍ଡ ମାଧ୍ୟମରେ ଆରମ୍ଭ ହେବ ପାଠପଢ଼ା । ଏଥିପାଇଁ ଶିକ୍ଷକ ମାନଙ୍କୁ ପ୍ରଥମେ ସ୍ମାର୍ଟ ହେବା ପାଇଁ ତାଲିମ ଦିଆଯିବାର ବ୍ୟବସ୍ଥା ହୋଇଛି । ପାଇଲଟ ପ୍ରୋଜେକ୍ଟ ଭାବେ କେନ୍ଦ୍ରାପଡାରେ ୨୮ଟି ସ୍କୁଲକୁ ଚିହ୍ନଟ କରାଯାଇଛି ।

କାନ୍ଥ ବାଡ଼ ସବୁ ରଙ୍ଗୀନ ହୋଇଛି । କ୍ଳାସ ରୁମ୍‌ରେ ଲାଗିଛି ସ୍ମାର୍ଟ ବୋର୍ଡ଼ । ସେହି ସ୍ମାର୍ଟ ବୋର୍ଡ଼କୁ ଅପରେଟ୍‌ କରି ସମସ୍ତ ବିଷୟ ଶିକ୍ଷକ ମାନେ ପଢ଼ାଇବେ । ଏହି ନୂଆ ଟେକ୍‌ନିକ୍‌କୁ ଶିକ୍ଷକଙ୍କୁ ତାଲିମ ଦେବା ପାଇଁ ଶିକ୍ଷା ବିଭାଗ ଓକେ ଶିଏଲ ସହ ଚୁକ୍ତି କରିଛନ୍ତି ।

ସେହିପରି ନିକଟରେ ଅନେକ ସ୍କୁଲ କାନ୍ଥରେ ଅଙ୍କାଯାଇଛି ବିଭିନ୍ନ ପ୍ରକାରର ଚିତ୍ର । ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ବିଭିନ୍ନ ଜିଲ୍ଳାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ଚିତ୍ର ଅଙ୍କାଯାଇଥିବା ଦେଖିବାକୁ ମିଳିଛି । କେଉଁଠି ରେଳଗାଡ଼ି ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ ନିମନ୍ତେ ପଦକ୍ଷେପ ନିଆଯାଇଛି ତ କେଉଁଠି ବିଭିନ୍ନ ମହାପୁରୁଷ ଏବଂ ଗଛ ଲତା ଲଗାଯାଇ ପରିବେଶକୁ ଆକର୍ଷିତ କରାଯାଇଛି। ଯାହା ଫଳରେ ପାଠ ପଢା ପ୍ରତି ଛାତ୍ରଛାତ୍ରୀଙ୍କର ବେଶ ଆଗ୍ରହ ସୃଷ୍ଟି ହୋଇଛି ।

ଖାଲି ସେତିକି ନୁହେଁ ମାଲକାନଗିରି ଭଳି ଉପାନ୍ତ ଅଂଚଳରେ ମଧ୍ଯ ସ୍ମାର୍ଟ  ସ୍କୁଲ ଦେଖିବାକୁ ମିଳୁଛି । ଜିଲ୍ଲା ସଦର ମହକୁମାର ବୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଦେଖିବାକୁ ଅବିକଳ ଟ୍ରେନ୍‌ ଭଳି । ରାଜଧାନୀ ଭୁବନେଶ୍ୱରରୁ ସୁଦୂର ମାଲକାନଗିରିକୁ ଯାତ୍ରା କରୁଥିବା ମାଲ୍ୟବନ୍ତ ଏକ୍ସପ୍ରେସ ଭଳି ହୋଇଛି ସ୍କୁଲ ଘର । ଏହି ଉପାନ୍ତ ଅଂଚଳରେ ରେଳ ଯାତାୟତ କରେ ନାହିଁ । ରେଳ ଦେଖିନାହାନ୍ତି ଏଠାକାର ଆଦିବାସୀ । ତେଣୁ ସେମାନଙ୍କୁ ରେଳ ବିଷୟରେ ଅବଗତ କରାଇବା ନେଇ ଏଭଳି ଚିତ୍ର ଅଙ୍କାଯାଇଛି । ଟ୍ରେନର ଚିତ୍ର ଦେଖି ସ୍କୁଲରେ ପାଠପଢିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଆଗ୍ରହ ସୃଷ୍ଟି ହୋଇଛି ।

train-3

ତେଣୁ ଖାଲି ସ୍କୁଲ୍ କାହିଁକି ଏବେ ଶିକ୍ଷକ ମାନେ ମଧ୍ଯ ଆହୁରୀ ସ୍ମାର୍ଟ ହେବା ପାଇଁ ବ୍ୟବସ୍ଥା ହୋଇଛି ।  ନୂଆ ଟେକ୍‌ନିକ୍‌କୁ ଆପଣାଇ ଏବେ ତାଲିମ ନେଉଛନ୍ତି ଶିକ୍ଷକମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.