“ପୃଥିବୀର ଏହି ଲୋକକୁ ମୁଁ ସବୁଠୁ ଅଧିକ ଘୃଣା କରେ”, ବିଦ୍ୟାଙ୍କ ହାତଲେଖା ଚିଠିରେ ଲେଖାଅଛି ଏମିତି କିଛି…..

ପାରଳାଖେମୁଣ୍ଡି(କେ ନ୍ୟୁଜ): ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ହୋଇଛି ଏକ ବଡ ଖୁଲାସା । ତଦନ୍ତକାରୀ ସାଇଣ୍ଟିଫିକ୍‌ ଟିମ୍‌ ହାତରେ ଗୁରୁତ୍ୱପୂର୍ଣ୍ଣ ଚିଠି । ଏହି ଚିଠି ବିଦ୍ୟାଭାରତୀ ଲେଖିଥିବା ଜଣାପଡିଛି । ଚିଠିରେ ଉଲ୍ଲେଖ ରହିଛି ଯେ “ପୃଥିବୀରେ ଏହି ଲୋକକୁ ମୁଁ ସବୁଠୁ ଅଧିକ ଘୃଣା କରେ । ହେ ପ୍ରଭୁ ସବୁ ଭୁଲ୍‌କୁ କ୍ଷମା କର । ମୋ ଜୀବନକୁ ନଷ୍ଟ ହେବାକୁ ଦିଅନାହିଁ। ଆଉ କେମିତି ୩ ଦିନ କଟିବ । ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବ ବୋଲି ଚିଠିରେ ଲେଖାଯାଇଛି । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନକୁ ନଷ୍ଟ କରିଦିଏ ।

ପ୍ଲିଜ ମୋତେ କ୍ଷମାକର । ଜୀବନସାରା ପାଇଁ କଷ୍ଟ ଦେଖିପାରିବିନି । ମୁଁ କାହାରି କେବେ କ୍ଷତି କରିନି ବୋଲି ଚିଠିରେ ଲେଖାଯାଇଛି ।” ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏପଟେ ଚିଠି ନେଇ ସଫେଇ ଦେଇଛନ୍ତି ବିଦ୍ୟାଭାରତୀ । ସୌମ୍ୟରଞ୍ଜନଙ୍କ ସହ ଝଗଡ଼ା ହେଲେ ନିଜର ମନର କୋହକୁ ସେ ଏଭଳି ଲେଖିଥିବା ସ୍ପଷ୍ଟ କରିଛନ୍ତି। ଏହି ଚିଠିକୁ ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟଙ୍କ ନିକଟକୁ ପଠାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.