LIC ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟା ମାମଲାରେ ନୂଆ ଟ୍ଵିଷ୍ଟ; ପରକୀୟା ପ୍ରୀତି ନୁହେଁ ସୁଧ ପାଇଁ ହୋଇଛି ହତ୍ୟା

କଟକ (କେନ୍ୟୁଜ): କଟକରେ ଏଲଆଇସି ଏଜେଣ୍ଟଙ୍କୁ ନୃଂଶସ ହତ୍ୟାରେ ନୂଆ ଟ୍ଵିଷ୍ଟ । ପରକୀୟା ପ୍ରୀତି ନୁହେଁ, ସୁଧ ଟଙ୍କାକୁ ନେଇ ଶୈଳେନ୍ଦ୍ରଙ୍କୁ ହତ୍ୟା କରାଯାଇଛି । ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଶୈଳେନ୍ଦ୍ରଙ୍କଠାରୁ ୨ ଲକ୍ଷ ଟଙ୍କା ସୁଧରେ ନେଇଥିଲା ଫେରାର୍‌ ଅଭିଯୁକ୍ତ ଦୀପୁ ସାହୁ । ଟଙ୍କା ଫେରାଉ ନଥିଲେ । ଏନେଇ ସେମାନଙ୍କ ଭିତରେ ପୂର୍ବରୁ ଝଗଡ଼ା ହୋଇଥିଲା । ଟଙ୍କା ଫେରାଇବା ବାହାନାରେ ଶୈଳେନ୍ଦ୍ରଙ୍କୁ ଚକ୍ରାନ୍ତ କରି ନୟାଗଡ଼ ଡାକିଥିଲେ ଦୀପୁ ଓ ପତ୍ନୀ ସୁନୀତା ସାହୁ । ପୂର୍ବ ଯୋଜନା ଅନୁସାରେ ହତ୍ୟା କଲେ । ପରକୀୟା ପ୍ରୀତି କଥାକୁ ଶୈଳେନ୍ଦ୍ରଙ୍କ ପରିବାର ଖଣ୍ଡନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.