Below header

ରାଜନୀତିରେ ମିଛ ଓ ଗୁଜବ ସବୁଠୁ ଖରାପ କଥା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜନୀତିରେ ମିଛ ଓ ଗୁଜବ ସବୁଠୁ ଖରାପ କଥା । ମିଛ ଓ ଗୁଜବ ସୃଷ୍ଟିକାରୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତିରେ ସବୁଠୁ ଖରାପ ଜିନିଷ କଣ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ ।

ଭୁବନେଶ୍ୱର : ରାଜନୀତିରେ ମିଛ ଓ ଗୁଜବ ସବୁଠୁ ଖରାପ କଥା । ମିଛ ଓ ଗୁଜବ ସୃଷ୍ଟିକାରୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତିରେ ସବୁଠୁ ଖରାପ ଜିନିଷ କଣ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ । ଉତ୍ତରରେ ନବୀନ କହିଥିଲେ, ମିଛ ଓ ଗୁଜବ ସବୁଠୁ ଖରାପ କଥା । ବିଜେପି ଓ ବିଜେଡି ମଧ୍ୟରେ ଆସନ ବୁଝାମଣାକୁ ନେଇ ଯେଉଁ ନିରାଧାର ଖବର ପ୍ରଚାର ହେଉଛି ସେଇ ଉଦ୍ଦେଶ୍ୟରେ ବୋଧହୁଏ ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଜେପି-ବିଜେଡି ସମ୍ଭାବ୍ୟ ମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି । ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଚାଲିଛି ଅନେକ ଥିଓରୀ । କିଛି ଗଣମାଧ୍ୟମ କହୁଛନ୍ତି ସମ୍ଭାବ୍ୟ ମେଣ୍ଟରେ ବିଜେପି ଲୋକସଭାରେ ୧୩-୧୪ ଓ ବିଜେଡି ୭ରୁ ୮ଟି ସିଟରେ ଲଢ଼ିବ । ବିଧାନସଭାରେ ବିଜେଡି ୧୦୫ ଓ ବିଜେପିକୁ ମିଳିପାରେ ୪୨ ଆସନ । ସେହିପରି ଭୁବନେଶ୍ବର ଓ ପୁରୀ ଲୋକସଭା ଆସନକୁ ନେଇ ଅଡୁଆ ରହିଥିବା ବି ଚର୍ଚ୍ଚା ହେଉଛି । କିନ୍ତୁ ଏସବୁ ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ । ଏଯାଏ କୌଣସି ବିଧିବଦ୍ଧ ନିଷ୍କର୍ଷ ହୋଇନି । ମେଣ୍ଟ ଖବରକୁ ନେଇ ଅନେକ ମିଥ୍ୟା ଓ ମନଗଡ଼ା କାହାଣୀ ଚାଲୁଥିବାରୁ ବୋଧହୁଏ ମୁଖ୍ୟମନ୍ତ୍ରୀ ରାଜନୀତିରେ ମିଛ ଓ ଗୁଜବ ସବୁଠୁ ଖରାପ କଥା ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.