ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରିଥିଲା ନୃଶଂସ ସ୍ବାମୀ, ପତ୍ନୀହନ୍ତାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

କଣ୍ଟାବାଞ୍ଜି (କେନ୍ୟୁଜ): ସ୍ତ୍ରୀର ହତ୍ୟାକାରୀ ସ୍ୱାମୀକୁ ଆଜୀବନ ସଜା। ଯୌତୁକ ପାଇଁ ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁର ସ୍ୱାମୀ ଜୟରାମ ମାଝୀ କୁ ଆଜୀବନ କାରାଦଣ୍ଡ ରାୟ ଦେଲେ କଣ୍ଟାବାଞ୍ଜି ଏଡିଜେ କୋର୍ଟ । କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ ରାୟ ଶୁଣାଇଛନ୍ତି । ୨୦୨୧ ମସିହାର ଏହି ହତ୍ୟାକାଣ୍ଡର ଶୁଣାଣି କରିଛନ୍ତି । ଆଜିବନ ସଜା ଦେବା ସହ ୨୫ ହଜାର ଟଙ୍କା ଜରିମାନ ଦେବାର ଆଦେଶ ଦେଇଛନ୍ତି । ୨୫ ହଜାର ଟଙ୍କା ଜରିମାନା ଅଣଦେୟ କଲେ ୪ ବର୍ଷ ଜେଲ ସଜା ମଧ୍ୟ ଶୁଣାଇଛନ୍ତି ।

୧୬.୦୬.୨୦୨୧ ମସିହା ରେ କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁର ଜୟରାମ ମାଝୀ ଯୌତୁକ ପାଇଁ ନିଜ ସ୍ତ୍ରୀ ଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । କଣ୍ଟାବାଞ୍ଜି ପୋଲିସ ସେ ସମୟ ରେ ଜୟରାମ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଂଜୁର ହେବା ଯୋଗୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.