ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ଆହତ

ବେଙ୍ଗାଲୁର (କେନ୍ୟୁଜ୍‌) : ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଳାଦ ମୋଦି ହୋଇଛନ୍ତି ଆହତ । ଅପରାହ୍ନ ୨ଟାରେ କର୍ଣ୍ଣାଟକର ମହିଶୂରରୁ ବାନ୍ଦିପୁରା ଯାଉଥିବା ବେଳେ କାଡକୋଲା ନିକଟରେ ମର୍ସିଡିଜ ବେଞ୍ଜ କାର ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ମୋଦିଙ୍କ ଭାଇ ସାମାନ୍ୟ ଆହତ ହୋଇଛନ୍ତି । ମହୀଶୂର ଡାକ୍ତରଖାନାରେ ଚିକିତ୍ସା ପରେ ସେ ବିପଦମୁକ୍ତ ଅଛନ୍ତି । କାରରେ ପ୍ରହ୍ଲାଦଙ୍କ ସହ ତାଙ୍କ ପୁଅ, ବୋହୂ, ନାତି ଓ ଡ୍ରାଇଭର ଥିଲେ ।

ସମସ୍ତେ ସାମାନ୍ୟ ଆହତ ହୋଇଥିଲେ ବି ଏବେ ବିପଦମୁକ୍ତ ଅଛନ୍ତି । ତେବେ ପ୍ରହ୍ଲାଦଙ୍କ ନାତି ମେନାଥଙ୍କ ଗୋଡରେ ଆଘାତ ଲାଗିଛି । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ସୂଚନା ଅନୁସାରେ କାରଟି ଯାଉଥିବାବେଳେ ଜଣେ ବ୍ୟକ୍ତି ହଠାତ କାର ସାମନାକୁ ଆସିଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ କାରଟି ଡିଭାଇଡରରେ ପିଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.