Below header

ଝଲସୁଛି ବିନ୍ଦୁ ସାଗର, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଲାଇଟ୍‌ ଫାଉଣ୍ଟେନ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ସନ୍ଧ୍ୟା ପରେ ଗଲେ ଆଉ ଚିହ୍ନି ପାରିବେନି ଏକାମ୍ର କ୍ଷେତ୍ରକୁ । ଏଠି ଏବେ ରଙ୍ଗବେରଙ୍ଗ ଆଲୋକର ବନ୍ୟା । ବିଶେଷ କରି ଦିନେ ଦଳ ଓ ଅପରିସ୍କାର ପାଣିରେ ଭତ୍ତି ଥିବା ବିନ୍ଦୁ ସାଗରରେ ଏବେ ଆଲୋକର ଝରଣା । ଏଠାରେ ଲାଇଟ୍‌ ଫାଉଣ୍ଟେନ୍‌କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଲିଙ୍ଗରାଜ ମନ୍ଦିରଠାରୁ ରଥ ରୋଡ଼ ଲେନ୍‌ ପର୍ଯ୍ୟନ୍ତ ଆଲୋକୀକରଣରକୁ ମଧ୍ୟ ଉଦଘାଟନ କରିଛନ୍ତି । ସେହିଭଳି ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ, ଭୁବନେଶ୍ୱର ଆର୍ଟଟ୍ରେଲ, ଗୁଆଝର, ଓଲଡ ଟାଉନ, ଗଂଗାଯମୁନା ମନ୍ଦିର ନିକଟରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.