Below header

ପରିବେଶ ମଂଜୁରୀ ନଥାଇ ଖଣି ଖନନ ମାମଲା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସାରଦା ମାଇନ୍ସ ଗଣିବ ଜରିମାନା

ଭୁବନେଶ୍ବର : ବେଆଇନ ଖଣି ଖନନ ନେଇ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡ-ଏସଏମ୍‌ପିଏଲ୍‌ ଉପରେ ୧୯ ଶହ ୩୮ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି ରାଜ୍ୟ ସରକାର । ସାରଦା ମାଇନସକୁ କେନ୍ଦୁଝର ଜିଲ୍ଲା ଠାକୁରମୁଣ୍ଡାରେ ୯୪୭ ହେକ୍ଟର ୦୪୭ ଡେସିମିଲ ଜମି ଖଣି ଉତ୍ତୋଳନ ଲାଗି ଲିଜ ପ୍ରଦାନ କରାଯାଇଛି। ୨୦୦୧ରୁ ୨୦୨୧ ମସିହା ମଧ୍ୟରେ ୨୦ ବର୍ଷ ପାଇଁ ଏହି ଲିଜ ମିଳିଛି। କିନ୍ତୁ ସାରଦା ମାଇନସ୍‌କୁ ୨୦୦୪ରେ ପରିବେଶ ମଂଜୁରୀ ମିଳିଥିଲା । ପରିବେଶ ମଂଜୁରୀ ନଥାଇ ଖଣି ଖନନ ବେଆଇନ ବୋଲି ସୁପ୍ରିମକୋର୍ଟର ଜଷ୍ଟିସ ମଦନ ବି ଲୁକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି । ଯେଉଁ ପରିବେଶ ମଂଜୁରୀ ମିଳିଛି, ତାହାକୁ ପୂର୍ବରୁ ଲାଗୁ କରାଯାଇପାରିବନି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ କଂପାନୀ ପକ୍ଷରୁ କୌଣସି ବେଆଇନ କାମ ହୋଇନଥିବା ଯୁକ୍ତି କରାଯାଇଥିଲା। ଏଥିପାଇଁ କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟି- ସିଇସିକୁ ବେଆଇନ ଖଣି ଖନନ ସଂପର୍କରେ ପୁଣିଥରେ ମୂଲ୍ୟାୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ କଂପାନୀଠାରୁ କେତେ ଟଙ୍କାର ଜୋରିମାନା ଆଦାୟ କରାଯିବ, ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସାରଦା ମାଇନ୍‌ସକୁ ଲୁହାପଥର ଖନନ ପାଇଁ ଲିଜ୍‌ ଦିଆଯାଇଥିଲା। କିନ୍ତୁ ଆଇରନ ଓର୍‌ ଲମ୍ପ ପାଇଁ ନୁହେଁ ବୋଲି କୋର୍ଟ କହିଛନ୍ତି।

ତେବେ ୨୦୦୪ ସେପ୍ଟେମ୍ବର ୨୨ ତାରିଖରୁ ଏ ପର୍ଯ୍ୟନ୍ତ ହୋଇଥିବା ବେଆଇନ ଖଣି ଖନନ ପାଇଁ କେତେ ପରିମାଣର ଜୋରିମାନ ଆଦାୟ ହେବ, ସେଥିପାଇଁ ସିଇସିକୁ ନିର୍ଦ୍ଧାରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୬ ସପ୍ତାହ ମଧ୍ୟରେ ଏହାକୁ ନିର୍ଦ୍ଦାରଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସାରଦା ମାଇନ୍‌ସ ଯାହାବି ଖଣି ଖନନ କରିଛି ତାହାକୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡକୁ ବିକ୍ରି କରିଛି। ଏମିତିକି ଆଇରନ ଓର ଲମ୍ପକୁ ମଧ୍ୟ ବିକ୍ରି କରିଛି। ତେବେ ସାରଦା ମାଇନସ୍‌ ଓ ଜେଏସ୍‌ପିଏଲ ମଧ୍ୟରେ କ’ଣ ସଂପର୍କ ରହିଛି, ସେ ବିଷୟକୁ କୋର୍ଟ ଗୁରୁତ୍ୱ ଦେଇନଥିବା କହିଛନ୍ତି। କିନ୍ତୁ ସାରଦା ମାଇନସ୍‌ ଖଣି ଉତ୍ତୋଳନ ଓ ଉତ୍ପାଦନ କରି ସବୁ ପ୍ରକାର ସୁବିଧା ନେବା ପରେ ଏବେ ଆଇନ ପରିଣାମ ଭୋଗିବାକୁ ଡରୁଥିବା କୋର୍ଟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.