ବଜ୍ରପାତ ନେଲା ୩ ଜୀବନ

ଅନୁଗୁଳ (କେ ନ୍ୟୁଜ୍) : ବିଜୁଳି ନେଲା ୩ ଜୀବନ । ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଡେରଜାଙ୍ଗ ଗାଁରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଶାନ୍ତିଲତା ପ୍ରଧାନ ଓ ତାଙ୍କ ଝିଆରୀ ବୈଶାଖୀ ପ୍ରଧାନ । ବିଲରେ କାମ କରୁଥିବା ବେଳେ ବିଜୁଳି ମାରିବାରୁ ଉଭୟଙ୍କ ଜୀବନ ଯାଇଛି । କେନ୍ଦୁଝର ବଲାଣି ଥାନା ଶାନ୍ତିନଗରରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ଅନୀଲ କୁମାର ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.