ପାଣି ସୁଅରେ ଭାସିଗଲେ ଯୁବକ : ଜୀବନ ବଞ୍ଚାଇ ଦେଲା ଗଛର ଡ଼ାଳ

କେନ୍ଦୁଝର (କେ ନ୍ଯୁଜ୍) : ପାଣି ସୁଅରେ ଭାସିଗଲେ ଯୁବକ । ଜୀବନ ବଞ୍ଚାଇ ଦେଲା ଗଛର ଡ଼ାଳ । ସୁଅ ମଝିରେ ଭାସି ଯାଉଥିବା ବେଳେ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଗଲେ ଯୁବକ । ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ । ଲଗାଣ ବର୍ଷାରେ ମୂଷଳ ନଦୀ ପୋଲ ଉପରେ ୩ଫୁଟ ପାଣି ପ୍ରବାହିତ ହେଉଥିଲା । ଦୁଇ ଜଣ ଯୁବକ ପୋଲ ପାର ହେଉଥିବା ବେଳେ ପ୍ରଖର ସୁଅରେ ଜଣେ ଭାସିଯାଇଥିଲେ । ସେପଟେ କନ୍ଧମାଳ ଜିଲ୍ଲାରେ ନଦୀରେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଛନ୍ତି । କୋଟଗଡ଼ ଥାନା କରାସର ନଦୀରେ ଗାଧୋଇବା ବେଳେ ସେ ଭାସି ଯାଇଥିଲେ । ତାଙ୍କ ନାଁ ସୁମନ କୁଅଁର । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.