ଗଛ ତଳେ ଆଶ୍ରୟ ନେଇଥିଲେ, ବଜ୍ରପାତରେ ଚାଲିଗଲା ଦୁଇ ଜଣଙ୍କର ଜୀବନ

ଅସରଡା ଗାଁରେ ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି

ଲମତାପୁଟ (କେନ୍ୟୁଜ୍‌) : ଓଡିଶା-ଆନ୍ଧ୍ର ସୀମାନ୍ତ ଅସରଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅନ୍ତର୍ଗତ ଅସରଡ଼ା ଗାଁର ପାଙ୍ଗି ସୁକଦେଵ ଓ ମାଲକାନଗିରି ଜିଲ୍ଲା ପେପରମେଟାଲ ଗାଁର ଖରା ଶୀତାରାମ । ସେମାନେ ଗାଁ ନିକଟରେ ଠିଆ ହୋଇ କଥା ବାର୍ତ୍ତା ହେଉଥିଲେ । ଏହି ସମୟରେ ହଠାତ ଘଡଘଡ଼ି ସହ ବର୍ଷା ହେବା ଯୋଗୁଁ ନିକଟରେ ଥିବା ଏକ ଗଛମୂଳେ ଆଶ୍ରୟ ନେଇଥିଲେ । ତେବେ ସେହି ଗଛ ତଳେ ଥିବା ବେଳେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା । ଘଟଣା ସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ମୃତକ ଖରା ଶୀତାରାମ ଅସରଡ଼ା ଗାଁରେ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.