ସହିଦଙ୍କୁ ଝୁରି କାନ୍ଦୁଛି ଗାଁ ମାଟି, ମରଶରୀରକୁ ସ୍ୱାଗତ କରି ନେଉଛନ୍ତି ଅଞ୍ଚଳବାସୀ

କାନ୍ଦୁଛନ୍ତି ସମ୍ପର୍କୀୟ । ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସାହିପଡିଶା ସମସ୍ତଙ୍କ ଆଖିରେ ଲୁହ । ଗାଁ ରାସ୍ତାରେ ଚାଲିଛି ଲମ୍ବା ଶୋଭାଯାତ୍ରା । ସମସ୍ତଙ୍କ ମୁହଁରେ ଭାରତ ମାତାର ଜୟଗାନ । ଏହି ଶୋଭାଯାତ୍ରାକୁ ଦେଖିଲେ ଆପଣ ବି ଭ୍ରମରେ ପଡିବେ । କାହିଁକି ନା ସମସ୍ତଙ୍କର ଅତି ପ୍ରିୟ ମଣିଷ ଆଜି ଆରପାରିରେ । ସହିଦ୍ ହୋଇଥିବା ଗାଁର ଯୁବକଙ୍କ ମରଶରୀରକୁ ସ୍ୱାଗତ କରି ନେଉଛନ୍ତି ଅଞ୍ଚଳବାସୀ ।

ଉଦଳା: କାନ୍ଦୁଛନ୍ତି ସମ୍ପର୍କୀୟ । ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସାହିପଡିଶା ସମସ୍ତଙ୍କ ଆଖିରେ ଲୁହ । ଗାଁ ରାସ୍ତାରେ ଚାଲିଛି ଲମ୍ବା ଶୋଭାଯାତ୍ରା । ସମସ୍ତଙ୍କ ମୁହଁରେ ଭାରତ ମାତାର ଜୟଗାନ । ଏହି ଶୋଭାଯାତ୍ରାକୁ ଦେଖିଲେ ଆପଣ ବି ଭ୍ରମରେ ପଡିବେ । କାହିଁକି ନା ସମସ୍ତଙ୍କର ଅତି ପ୍ରିୟ ମଣିଷ ଆଜି ଆରପାରିରେ । ସହିଦ୍ ହୋଇଥିବା ଗାଁର ଯୁବକଙ୍କ ମରଶରୀରକୁ ସ୍ୱାଗତ କରି ନେଉଛନ୍ତି ଅଞ୍ଚଳବାସୀ । ଯେଉଁ ଦୃଶ୍ୟ କ୍ଷଣକ ପାଇଁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ଦେଶ ସେବା କରିବାକୁ ଯାଇଥିବା ପୁଅର ମୃତଦେହ ଆଜି ଫେରିଛି ଗାଁକୁ । ଆଉ ସେହି ମୃତଦେହକୁ ସ୍ୱାଗତ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଏବଂ ଶେଷ ଦର୍ଶନ ନିମନ୍ତେ ହଜାର ହଜାର ଲୋକଙ୍କର ଭିଡ଼ । ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ଧୁମକେତ ଗାଁରେ । ଧୂମକେତ ଗାଁର ଭଗୀରଥ ମହାନ୍ତ, ଯିଏ କି ୧୨ ବାଟାଲିୟନ ତଥା ସିଏଚଏମରେ ଯୋଗ ଦେଇଥିଲେ । ଲଦାଖ, ବିନାଗୁଡି, ଆସାମ ଶ୍ରୀ ନଗର, ଓଟିଏଗାତରେ କାର୍ଯ୍ୟ କରିବା ପରେ ରାଜସ୍ଥାନର ଗଙ୍ଗାନଗରରେ ସେ ଚାକିରୀ କରୁଥିଲେ । ତେବେ ଗତ ୫ ତାରିଖ ସକାଳେ ସେ କାର୍ଯ୍ୟ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପ୍ରଥମେ ଛତିଶଗଡ କମାଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକି ସେ ଡ୍ୟୁଟିରେ ଥିବା ସମୟରେ ସହିଦ୍ ହୋଇଥିଲେ । ଏହି ଖବର ଜଣାପଡିବା ପରେ ଗାଁରେ ଖେଳିଯାଇଥିଲା ଶୋକର ଛାୟା । ପୁଅର ମୃତ୍ୟୁ ଖବର ପାଇବା ପରେ ମା ଆଖିରୁ ଲୁହ ଶୁଖୁନାହିଁ । ତେଣେ ସ୍ତ୍ରୀ ୫ ବର୍ଷର ପୁଅ ଏବଂ ଦେଢ ବର୍ଷର ଝିଅର ମୁହଁକୁ ଚାହିଁ ନିଜର କୋହକୁ ସମ୍ଭାଳି ରଖିପାରୁନାହିଁ । ଆଜି ତାଙ୍କର ମୃତଦେହ ଆସି କପ୍ତିପଦା ଠାରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁ ପରିବେଶ । ଆଉ ତା ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା କରାଇ ନେବା ସହିତ ସହିଦ୍ ଭଗୀରଥ ମହାନ୍ତ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ ।

ସେପଟେ ନିୟମ ଅନୁସାରେ ସହିଦ୍ ଯବାନଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ଗାର୍ଡ ଅଫ୍ ଅନର ବାଟାଲିୟନ ପକ୍ଷରୁ ପ୍ରଦାନ କରାଯାଇଥିଲା । ନିଜ ମା ମାଟି ପାଇଁ କାମ କରିବାକୁ ଯାଇଥିବା ପୁଅ ଆଜି ସହିଦ୍ ହୋଇଥିବାରୁ ଉଭୟ ସହିଦ୍ ଭଗୀରଥଙ୍କ ମା ଏବଂ ଶାଶୁ ନିଜକୁ ବେଶ ଗର୍ବିତ ଅନୁଭବ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.