Below header

MCC ଗାଇଡଲାଇନ, ନିର୍ବାଚନ ବେଳେ କେତେ ଟଙ୍କା ନେଇ ଯିବାଆସିବା କରିବେ ?

ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ବେଳେ ପାଖରେ କେତେ ଟଙ୍କା ରଖିପାରିବେ । ନିକଟରେ ତାମିଲନାଡୁ ବୁଲିବାକୁ ଯାଇଥିବା ପଞ୍ଜାବର ଏକ ପରିବାର ଠାରୁ ପ୍ରାୟ ୭୦ ହଜାର ଟଙ୍କା ଜବତ ହୋଇଥିଲା । ତେବେ ଉପଯୁକ୍ତ କାଗଜପତ୍ର ଦେଖାଇବା ପରେ ସେମାନଙ୍କୁ ଟଙ୍କା ଫେରସ୍ତ ମିଳିଥିଲା ।

ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ବେଳେ ପାଖରେ କେତେ ଟଙ୍କା ରଖିପାରିବେ । ନିକଟରେ ତାମିଲନାଡୁ ବୁଲିବାକୁ ଯାଇଥିବା ପଞ୍ଜାବର ଏକ ପରିବାର ଠାରୁ ପ୍ରାୟ ୭୦ ହଜାର ଟଙ୍କା ଜବତ ହୋଇଥିଲା । ତେବେ ଉପଯୁକ୍ତ କାଗଜପତ୍ର ଦେଖାଇବା ପରେ ସେମାନଙ୍କୁ ଟଙ୍କା ଫେରସ୍ତ ମିଳିଥିଲା ।

ଏହି ଖବର ପ୍ରସାରିତ ହେବା ପରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ନିର୍ବାଚନ ବେଳେ ଯିବାଆସିବା ସମୟରେ ପାଖରେ କେତେ ଟଙ୍କା ରଖିପାରିବେ । ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା। ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଲାଗୁ ଆଦର୍ଶ ଆଚରଣ ବିଧି ରାଜନୈତିକ ଦଳ, ପ୍ରାର୍ଥୀ ତଥା ସର୍ବସାଧାରଣଙ୍କ ପାଇଁ ଲାଗୁ ହୋଇଥାଏ । ଏହି ସମୟରେ ଯଦି ଆପଣ ଅଧିକ ପରିମାଣର ଟଙ୍କା ନେଇ ଯିବା ଆସିବା କରୁଥାନ୍ତି ତେବେ ଆପଣଙ୍କୁ ଏଥିପାଇଁ ଉପଯୁକ୍ତ କାଗଜପତ୍ର ମଧ୍ୟ ନେଇ ଯିବାକୁ ପଡିବ ।

ସାଧାରଣତଃ ୫୦ ହଜାର କିମ୍ବା ଅଧିକ ଟଙ୍କା ନେଇ ଯିବା ବେଳେ ଟଙ୍କା କାହିଁକି ନେଇ ଯାଉଛନ୍ତି, କୁଆଡେ ଯାଉଛନ୍ତି, କେତେଦିନ ରହିବେ ଆଦି ସମସ୍ତ ତଥ୍ୟଗତ ପ୍ରମାଣ ଆପଣଙ୍କ ନିକଟରେ ଥିବା ଦରକାର । ୫୦ ହଜାର କିମ୍ବା ଅଧିକ ଟଙ୍କା ନେଇ ଯିବାଆସିବା କରିବା ବେଳେ ଯଦି ଏହାର ଉପଯୁକ୍ତ ପ୍ରମାଣ ଦେଇ ନପାରନ୍ତି ତେବେ ନିର୍ବାଚନ ଆଚରଣ ବିଧି ଅନୁଯାୟୀ ଏହି ଟଙ୍କା ଜବତ ହେବ । ସେହିପରି ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହେଲେ ଆୟକର ବିଭାଗକୁ ମାମଲା ପଠାଇ ଦିଆଯିବ ।

ଯଦି କୌଣସି ଅଫିସ କିମ୍ବା ଶାଖା କାର୍ଯ୍ୟାଳୟରୁ ଟଙ୍କା ଯାଉଥାଏ ତେବେ ଅଧିକୃତ ବ୍ୟକ୍ତିଙ୍କ ବିବରଣୀରେ ତାହା ଉଲ୍ଲେଖ ରହିବା ପରେ ହିଁ ଟଙ୍କା ଯାଇପାରିବ । ସେହିପରି ବିଦେଶୀ ମୁଦ୍ରା ପଠାଉଥିଲେ ମଧ୍ୟ ଏହାକୁ ଷ୍ଟକ ଟ୍ରାନ୍ସଫରରେ ଉଲ୍ଲେଖ କରିବାକୁ ପଡିବ । ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ୫୦ ହଜାର ଟଙ୍କାରୁ ଅଧିକ ନେଇ ଯାଉଥିଲେ କିମ୍ବା ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ନୂଆ ସାମଗ୍ରୀ ନେଇ ଯାଉଥିଲେ ଏହାର ସମ୍ପୂର୍ଣ୍ଣ ବିବରଣୀ ରଖିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.