Below header

ଜମି ଜବରଦଖଲ ଅଭିଯୋଗ ମାମଲା: ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ପ୍ରଭୁଙ୍କ ନୀତିରେ ଅସହଯୋଗ, ଆଜିବି ଉପାସରେ ବାବା ଲିଙ୍ଗରାଜ

ଭୁବନେଶ୍ବର(କେନ୍ୟୁଜ୍): ପ୍ରଭୁ ଲିଙ୍ଗରାଜଙ୍କ ଜମିକୁ ଜବରଦଖଲ ଅଭିଯୋଗ ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ପ୍ରଭୁଙ୍କ ନୀତିରେ ଅସହଯୋଗ । ଏଥିଯୋଗୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବିଳମ୍ବିତ ହୋଇଛି । ଉପାସରେ ପ୍ରଭୁ ରହିଛନ୍ତି । ଗଙ୍ଗୁଆନାଳ ନିକଟରେ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ଜମି ଜବରଦଖଲକୁ ବିରୋଧ କରିଛନ୍ତି ଦୁଇ ନିଯୋଗ । ଏଥିପାଇଁ ମନ୍ଦିର ଓ ପ୍ରଶାସନକୁ ଦାୟୀ କରାଯାଇଛି । ଦୁଇ ନିଯୋଗର ଅସହଯୋଗ ଯୋଗୁ ପ୍ରଭୁଙ୍କ ରୋଷ ହୋମ ନୀତି ହୋଇପାରିନାହିଁ । ସକାଳୁ ନୀତିକାନ୍ତି ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.