Below header

ବରିଷ୍ଠ ନେତା ଡି କେ ଶିବକୁମାରଙ୍କ ଗିରଫର ପ୍ରତିବାଦ, ଆଜି କର୍ଣ୍ଣାଟକ ବନ୍ଦ ପାଳନ କରୁଛି ରାଜ୍ୟ କଂଗ୍ରେସ

କର୍ଣ୍ଣାଟକ: କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଡି କେ ଶିବକୁମାରଙ୍କ ଗିରଫର ପ୍ରତିବାଦ । ଆଜି କର୍ଣ୍ଣାଟକ ବନ୍ଦ ପାଳନ କରୁଛି ରାଜ୍ୟ କଂଗ୍ରେସ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି Prevention of Money Laundering Actରେ ଶିବକୁମାରଙ୍କୁ ଦିଲ୍ଲୀରୁ ଗିରଫ କରିଛି ଇଡି। ମନି ଲଣ୍ଡରିଂ ମାମଲା ନେଇ ଗତ ୪ ଦିନ ହେଲା ଇଡି ଶିବକୁମାରଙ୍କୁ ପଚରାଉଚରା କରୁଥିଲା। ୮ କୋଟି ୩୩ ଲକ୍ଷ ଟଙ୍କା ମନି ଲଣ୍ଡରିଂ ମାମଲା ନେଇ ତାଙ୍କୁ ପଚରାଉଚରା କରାଯାଉଥିଲା। ଡି କେ ଶିବକୁମାର ଏଚ୍‌ ଡି କୁମାରସ୍ୱାମୀଙ୍କ ମନ୍ତ୍ରୀମଣ୍ଡଳରେ ଜଳ ସମ୍ପଦ ମନ୍ତ୍ରୀ ଥିଲେ। ଗିରଫଦାରୀକୁ କଂଗ୍ରେସ ନିନ୍ଦା କରିଛି। କେନ୍ଦ୍ର ସରକାର ତାଙ୍କର ବିଫଳ ନୀତି ଏବଂ ଦୁର୍ବଳ ଅର୍ଥ ବ୍ୟବସ୍ଥାରୁ ନଜର ହଟାଇବାକୁ ଏପରି କାମ କରୁଛନ୍ତି ବୋଲି ଦଳ କହିଛି। ଗିରଫ ପରେ ଟ୍ଵିଟ୍‌ କରି ଶିବକୁମାର ବିଜେପି ନେତାଙ୍କୁ ତାଛଲ୍ୟ କରି ଧନ୍ୟବାଦ ଦେଇଛନ୍ତି। ତାଙ୍କ ବିରୋଧରେ ଥିବା ଆଇଟି ଓ ଇଡି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ବିଜେପିର ଆକ୍ରୋଶମୂଳକ ରାଜନୀତି ବୋଲି ସେ କହିଛନ୍ତି। କର୍ଣ୍ଣାଟକ କଂଗ୍ରେସରେ ଡି କେ ଶିବକୁମାର ସଙ୍କଟମୋଚକ ଭାବେ ବେଶ ପରିଚିତ। ବିପଦ ସମୟରେ ଦଳ ପାଇଁ ସଂଘର୍ଷ କରିଛନ୍ତି। ଏଚ୍‌ ଡି କୁମାରସ୍ୱାମୀ ସରକାର ଗଠନ ସମୟରେ ସେ ଦଳକୁ ଏକଜୁଟ୍‌ ରଖିଥିଲେ। ଏହାସହ ଏଚ୍‌ ଡି କୁମାରସ୍ୱାମୀ ସରକାରକୁ ବଞ୍ଚାଇବାକୁ ସବୁ ପ୍ରକାର ଉଦ୍ୟମ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.