କର୍ତ୍ତାରପୁର କରିଡ଼ର ପ୍ରସଙ୍ଗରେ ଆଜି ଭାରତ-ପାକିସ୍ତାନ ଆଲୋଚନା

କର୍ତ୍ତାରପୁର କରିଡ଼ର ପ୍ରସଙ୍ଗରେ ଆଜି ଭାରତ-ପାକିସ୍ତାନ ଆଲୋଚନା। ଆଜି ତୃତୀୟ ଥର ପାଇଁ ଦୁଇ ଦେଶର ପ୍ରତିନିଧି ମସ୍ତଳୀ ଆଲୋଚନା କରିବେ। ତେବେ କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ଏହା ପ୍ରଥମ ଆଲୋଚନା। ଅଟ୍ଟାରୀ ସୀମାର ଭାରତ ପଟେ ସକାଳ ସାଢେ ୧୦ଟାରେ ଆଲୋଚନା ହେବ। ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ। ବୈଦେଶିକ ବିଭାଗ ଏବଂ ଗୃହ ବିଭାଗର ଅଧିକାରୀ ଆଲୋଚନାରେ ଉପସ୍ଥିତ ରହିବେ। ପ୍ରଥମ ପର୍ଯ୍ୟାୟରେ ଗତ ମାର୍ଚ୍ଚ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁଲାଇ ୧୪ରେ ଆଲୋଚନା ହୋଇଥିଲା। ତେବେ ଗତ ସପ୍ତାହରେ ଦୁଇ ଦେଶ ମଧ୍ୟରେ ଚତୁର୍ଥ ଥର ପାଇଁ ବୈଷୟିକ ସ୍ତରୀୟ ଆଲୋଚନା ହୋଇଥିଲା। ପାକିସ୍ତାନର କର୍ତ୍ତାରପୁର ଦରବାର ସାହିବ ଓ ଭାରତର ଗୁରୁଦାସପୁରରେ ଥିବା ଡେରା ବାବା ନାନକ ମଧ୍ୟରେ କରିଡ଼ର ସ୍ଥାପନା ନେଇ ୨୦୧୮ ନଭେମ୍ବରରେ ଭାରତ ଓ ପାକିସ୍ତାନ ଘୋଷଣା କରିଥିଲେ। ଆସନ୍ତା ନଭେମ୍ବର ୨ ତାରିଖରେ ଶିଖ ଧର୍ମଗୁରୁ ନାନକଙ୍କ ୫୫୦ତମ ଜନ୍ମ ତିଥି। ଏହି ଅବସରରେ କରିଡ଼ର ଖୋଲିବା ଲକ୍ଷ୍ୟ ରଖାଯାଇଛି। କରିଡ଼ର ଖୋଲିଲେ ବିନା ଭିସାରେ ଶିଖ ଶ୍ରଦ୍ଧାଳୁମାନେ ଯାତାୟାତ କରି ପାରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.