ଭିତରକନିକା ଜାତୀୟ ଉଦ୍ୟାନ ପାଇଁ ଲୋଗୋ, ଗହିରମଥାକୁ ବିଶେଷ ପରିଚୟ ଦେବାକୁ ପ୍ରୟାସ

ରାଜନଗର(କେନ୍ଯୁଜ୍): ଭିତରକନିକା ଜାତୀୟ ଉଦ୍ୟାନ ଓ ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାକୁ ବିଶେଷ ପରିଚୟ ଦେବାକୁ ପ୍ରୟାସ। ଏଥିପାଇଁ ରାଜନଗର ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ୨ଟି ନୂଆ ଲୋଗୋ ପ୍ରସ୍ତୁତ କରାଯାଇଛି ।

ଭିତରକନିକା ଲୋଗୋରେ ଭିତରକନିକାର ବଉଳା କୁମ୍ଭୀର, ପକ୍ଷୀ, ହରିଣ , ସାପ, ଡଲଫିନ୍‌ ସ୍ଥାନ ପାଇଛନ୍ତି । ସେହିଭଳି ଗହିରମଥା ଲୋଗୋରେ ବିରଳ ଅଲିଭ୍‌ ରିଡଲେ୍‌, ଡଲଫିନ୍‌, ପାଣି ଗୋଧୀ, ଜେଲିଫିସ୍‌ , ହୁକିଟୋଲା ଆଦି ରହିଛି। ଏହା ଦ୍ୱାରା ସ୍ଥାନୀୟ ଲୋକ ଅଧିକରୁ ଅଧିକ ସଚେତନ ହେବା ସହ ଭିତରକନିକା ଓ ଗହିରମଥା ସଂପର୍କରେ ଅବଗତ ହୋଇ ପାରିବେ ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.