ବିଦ୍ୟୁତ ସରବରାହ ବିଛିନ୍ନ: ଅନ୍ଧାରରେ ପ୍ରସିଦ୍ଧ ଆରଡି ବାବା ଆଖଣ୍ଡଳମଣୀଙ୍କ ପୀଠ ସମେତ ୨୫ଟି ଗାଁ

୨୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ସରବରାହ ବିଛିନ୍ନ

ଚାନ୍ଦବାଲି(କେନ୍ଯୁଜ୍): ଅନ୍ଧାରରେ ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀ ପୀଠ ସହ ନାନ୍ଦପୁର, ସୁନ୍ଦରପୁର, ଓଳଗ ପଞ୍ଚାୟତର ୨୫ଟି ଗାଁ। ୨୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ସରବରାହ ବିଛିନ୍ନ ରହିଛି।

ବିଦ୍ୟୁତ୍‌ ନଥିବାରୁ ଗତକାଲିଠାରୁ ପାଇପ ପାଣି ମଧ୍ୟ ବନ୍ଦ ଅଛି। ତେଣୁ ଆରଡି ଆଖଣ୍ଡଳମଣୀ ପୀଠକୁ ଆସୁଥିବା ଭକ୍ତଙ୍କ ସହ ସ୍ଥାନୀୟ ବାସିନ୍ଦା ହଇରାଣ ହେଉଛନ୍ତି। କିଛି ମାସ ହେଲା ବିଦ୍ୟୁତ୍‌ ବିଭ୍ରାଟ ଜାରି ରହିଛି । ଯାାହକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ବଢିଛି।