ଦିନିକିଆ ମୟୂରଭଞ୍ଜ ଗସ୍ତରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ

ମୟୂରଭଞ୍ଜ (କେନ୍ୟୁଜ୍) : ଦିନିକିଆ ମୟୂରଭଞ୍ଜ ଗସ୍ତରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ । ଲୋକାୟୁକ୍ତ ଅଧିନିୟମ ୨୦୧୪ ସଂପର୍କରେ ଏକ ଜନସଚେତନତା ଶିବିରରେ ଯୋଗ ଦେଇ ଏହାର ଗୁରୁତ୍ୱ ଓ ମହତ୍ୱ ଉପରେ ଆଲୋକପାତ କରିଛନ୍ତି । ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ପାଇଁ ଲୋକାୟୁକ୍ତ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ କିଭଳି କାର‌୍ୟ୍ୟ କରିବ ସେ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିଲେ ସିଧାସଳଖ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କଲେ ୬ ମାସ ମଧ୍ୟରେ ଅଭିଯୋଗର ବିଚାର କରି ଦଣ୍ଡ ଦେବାର ବ୍ୟବସ୍ଥା ମଧ୍ୟ ରହିଥିବା ସୂଚନା ଦିଆଯାଇଥିଲା । ସାଧାରଣ ଜନତା ସିଧାସଳଖ ପତ୍ର ମାଧ୍ୟମରେ ଲୋକାଯୁକ୍ତଙ୍କ ନିକଟରେ ଅଭିଯୋଗ ଦାୟର କରିପାରିବେ ବୋଲି କହିଛନ୍ତି ଲୋକାୟୁକ୍ତ ଅଧ୍ୟକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.