Below header

ରାତି ପାହିଲେ ଶ୍ରାବଣର ପ୍ରଥମ ସୋମବାର ଚଳଚଞ୍ଚଳ ହେବ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ

ଭଦ୍ରକ (କେନ୍ୟୁଜ୍) : ରାତି ପାହିଲେ ଶ୍ରାବଣର ପ୍ରଥମ ସୋମବାର । ଚଳଚଞ୍ଚଳ ହେବ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ । ହଜାର ହଜାର ବୋଲବମ ଭକ୍ତଙ୍କ ହେବ ସମାଗମ । ଶ୍ରାବଣୀ ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ମନ୍ଦିର ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି । ଉପଜିଲ୍ଲାପାଳ ଓ ଚାନ୍ଦବାଲି ତହସିଲଦାର ଆରଡ଼ିରେ ପହଞ୍ଚି କାର‌୍ୟ୍ୟର ସମୀକ୍ଷା କରିଛନ୍ତି । ପୀଠକୁ ଆସୁଥିବା ହଜାର ହଜାର କାଉଡ଼ିଆ ଭକ୍ତ ଯେପରି ମହାଦେବଙ୍କୁ ସୁରୁଖୁରୁରେ ଜଳଲାଗି କରିପାରିବେ ସେଥିପାଇଁ ବ୍ୟାରିକେଡ ବ୍ୟବସ୍ଥା କରିବା ସହ ଆରଡ଼ି ପୀଠକୁ ସଂଯୋଗ କରୁଥିବା ବୈତରଣୀ,ସାଳନ୍ଦୀରେ ଓଡ୍ରାଫ ଟିମ ନିୟୋଜିତ ହେବା ସହ ଡଙ୍ଗାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଜି ରାତି ୧୨ଟାରୁ ବୋଲବମ ଭକ୍ତମାନେ ବାବାଙ୍କୁ ଜଳଲାଗି କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.