ବିଳମ୍ବିତ ରାତିରେ ଘର ଲୋକଙ୍କୁ ଅତର୍କିତ ଆକ୍ରମଣ, ୩୦ ଲକ୍ଷ ଟଙ୍କାରୁ ଅଧିକ ଲୁଟିନେଲେ ଦୁବୃର୍ତ୍ତ

କୋଣାର୍କ ବଢ଼େଇ ଛକ ନିକଟ ଏକ ଘରୁ ପ୍ରାୟ ୩୦ଲକ୍ଷ ଟଙ୍କା ରୁ ଅଧିକ ଚୋରି ହୋଇଛି । ନଗଦ ୨୦ ଲକ୍ଷରୁ ଅଧିକ ଟଙ୍କା ସହିତ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଲୁଟ୍‌ ହୋଇଛି । ଏଭଳି ଘଟଣା କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ବଢ଼େଇ ଛକ ନିକଟରେ ଘଟିଛି ।

କୋଣାର୍କ (କେନ୍ୟୁଜ୍‌): ଭିନ୍ନ ଭିନ୍ନ ସ୍ଥାନରେ ଏବେ ଲୁଟ୍‌ ର ମାତ୍ରା ବଢ଼ିଚାଲିଛି । କେବଳ ଲୁଟ୍‌ ନୁହେଁ ନିରୀହ ଜନ ସାଧାରଣଙ୍କୁ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି ଦୁବୃର୍ତ୍ତ । ଲୁଟେରାମାନେ ନା ପୋଲିସ କୁ ଭୟ କରୁଛନ୍ତି ନା ଆଇନ୍‌ କୁ ଭୟ କରୁଛନ୍ତି । ମନ ଇଚ୍ଛା ଘରେ ପଶି ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରୁଛନ୍ତି । ତେବେ ନିକଟରେ ଜଣଙ୍କ ଘରେ କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ । କୋଣାର୍କ ବଢ଼େଇ ଛକ ନିକଟ ଏକ ଘରୁ ପ୍ରାୟ ୩୦ଲକ୍ଷ ଟଙ୍କା ରୁ ଅଧିକ ଚୋରି ହୋଇଛି । ନଗଦ ୨୦ ଲକ୍ଷରୁ ଅଧିକ ଟଙ୍କା ସହିତ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଲୁଟ୍‌ ହୋଇଛି । ଏଭଳି ଘଟଣା କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ବଢ଼େଇ ଛକ ନିକଟରେ ଘଟିଛି । ନୁହାଢି ଗାଁ ରାସ୍ତା ପାର୍ଶ୍ବରେ ଥିବା ଅଲେଖ ମାଣିକଙ୍କ ଘରୁ ଚୋରି ହୋଇଛି । ରାତିରେ ଅଧରେ ପଶିଥିଲେ ଦୁବୃର୍ତ୍ତ । ଘର ଲୋକଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ୨୦ ଲକ୍ଷ ନଗଦ ଟଙ୍କା ସହ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ କରିଛନ୍ତି ୪ ଜଣ ଦୁବୃର୍ତ୍ତ । ଖବର ପାଇ କୋଣାର୍କ ଥାନା ଅଧିକାରୀ ସହ ନିମାପଡା ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ଉଭୟ ମାଲିକ ଓ ଭଡ଼ାଟିଆଙ୍କ ଘରୁ କଳକନା ବୁଲାଇଛନ୍ତି ଦୁବୃର୍ତ୍ତ । ଘରେ ଅଲେଖଙ୍କ ବାପା, ମା’ ଓ ତାଙ୍କ ସ୍ତ୍ରୀ ରୁହନ୍ତି । ସତ୍ୟନାରାୟଣ ତାଙ୍କ ସ୍ତ୍ରୀ ଉଜ୍ଜଳୀ ପାଣି ଓ ପୁଅ ଝିଅଙ୍କ ସହ ଉକ୍ତ ଘରେ ଭଡ଼ାନେଇ ରୁହନ୍ତି । ଏହାରି ଭତରେ ୪ଜଣ ଦୁର୍ବୃତ୍ତ ଅଲେଖଙ୍କ ଘରେ ଲୁଟ୍‌ ଉଦ୍ଦେଶ୍ୟରେ ପଶିଥିଲେ। ମୁହଁରେ ମୁଖା ପିନ୍ଧି ଘର ଲୋକଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ସତ୍ୟନାରାୟଣଙ୍କୁ ପ୍ରଥମେ ଆକ୍ରମଣ କରିବା ସହ ଅଲେଖଙ୍କ ପରିବାର ଲୋକଙ୍କୁ ହାତଗୋଡ ବାନ୍ଧି ଏକ ଘରେ ପୁରାଇଥିଲେ। ସତ୍ୟନାରାୟଣଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଦୁବୃର୍ତ୍ତ ।

ଦୁବୃର୍ତ୍ତମାନେ ସମସ୍ତଙ୍କୁ ଘରେ ବନ୍ଦ କରି ଚୋରି କରିବା ଆରମ୍ଭ କରିଥିଲେ । ଘରର ଆଲମାରି ଭାଙ୍ଗି ପ୍ରାୟ ୨୦ ଲକ୍ଷ ନଗଦ ଟଙ୍କା ସହ ୧୦ ଲକ୍ଷ ଟଙ୍କାର ଲୁନା ଅଳଙ୍କାର ଲୁଟି ନେଇଛନ୍ତି ୪ ଦୁବୃର୍ତ୍ତ । ପ୍ରାୟ ୧ ଘଣ୍ଟା ପରେ ଖବର ପାଇ କୋଣାର୍କ ଥାନା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ ଓ ୫ ଜଣ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ସେପଟେ ସତ୍ୟନାରାୟଣ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇ କୋଣାର୍କ ପରେ ଗୋପ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ନିଜ ଟଙ୍କା ଓ ସୁନା ଫେରି ପାଇବା ଅପେକ୍ଷାରେ ରହିଛନ୍ତି ଅଲେଖ । ଏତେ ଟଙ୍କା ଚୋରି ହୋଇଯିବା ପରେ ଅଲେଖଙ୍କୁ ଚିନ୍ତା ଘାରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.