ପରିବାର ଉପରେ ବିପତ୍ତି ପଡିଛି ଓ ସାନପୁଅର କାଳ ଦୋଷ ଅଛି କହି ଚୂନ ମାରିଲା ଲୁଟେରା, ମହିଳାଙ୍କ ଠାରୁ ସୁନାଗହଣା ଲୁଟ

ରାଉରକେଲା ସହରର ଛେଣ୍ଡ ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ସ୍କୁଲରେ ତାଙ୍କୁ ପୁଅକୁ ଛାଡ଼ି ଫେରୁଥିବା ବେଳେ ଦୁଇଜଣ ଅଜଣାବ୍ୟକ୍ତି ଆସି ତାଙ୍କ ପରିବାର ଓ ପୁଅ ଉପରେ ବିପତ୍ତି ଥିବା କହିଥିଲା। ଏଥିରୁ ମୁକ୍ତି ପାଇବାକୁ ସମସ୍ତ ସୁନାଗହଣା ଖୋଲି ସେମାନଙ୍କୁ ଦେଇଦେବାକୁ କହିଥିଲା।

ରାଉରକେଲା(କେନ୍ୟୁଜ୍): ଅଭିନବ ଉପାୟରେ ମହିଳାଙ୍କ ଠାରୁ ସୁନାଗହଣା ଲୁଟ । ପରିବାର ଉପରେ ବିପତ୍ତି ଓ ସାନପୁଅର କାଳ ଦୋଷ ଥିବା କହି ସୁନା ଗହଣା ଓହ୍ଲାଇଦେଲେ ଦୋଷ କଟିଯିବ କହି ଲୁଟି ନେଲେ ଲୁଟେରା । ରାଉରକେଲା ସହରର ଛେଣ୍ଡ ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ସ୍କୁଲରେ ତାଙ୍କୁ ପୁଅକୁ ଛାଡ଼ି ଫେରୁଥିବା ବେଳେ ଦୁଇଜଣ ଅଜଣାବ୍ୟକ୍ତି ଆସି ତାଙ୍କ ପରିବାର ଓ ପୁଅ ଉପରେ ବିପତ୍ତି ଥିବା କହିଥିଲା। ଏଥିରୁ ମୁକ୍ତି ପାଇବାକୁ ସମସ୍ତ ସୁନାଗହଣା ଖୋଲି ସେମାନଙ୍କୁ ଦେଇଦେବାକୁ କହିଥିଲା।

ମହିଳା ଜଣକ ଭୟଭୀତ ହୋଇ ଗହଣା ସବୁ ଖୋଲି ୨ ଦୁର୍ବୃତ୍ତଙ୍କୁ ଦେଇଥିଲେ। ପରେ ସେମାନେ ସୁନାଗହଣା ନେଇ ସେଠାରୁ ଚମ୍ପଟ ମାରିଥିଲେ। ଲୁଟର ଶୀକାର ହେବା ଜାଣିବା ପରେ ମହିଳା ଜଣକ ଛେଣ୍ଡ ଥାନାରେ ଅଭିଯୋଗ କରିଛନ୍ତି। ଲୁଟେରା ମାନେ ହିନ୍ଦୀ ଭାଷାରେ କଥା ହେଉଥିବା ସେ କହିଛନ୍ତି। ସ୍କୁଲ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.