ଗ୍ରେଟର ନୋଏଡା: ଟୋଲ୍‌ ଶୁଳ୍କ ମଗାଯିବାରୁ ମହିଳାଙ୍କ ଗୁଣ୍ଡାଗିରି, ବୁଥ୍‌ରେ ପଶି କର୍ମଚାରୀଙ୍କ ଚୁଟି ଭିଡ଼ି ଚେୟାରରୁ କଚାଡ଼ିଦେଲେ

ଏଠି ଜଣେ ମହିଳା ଗୁଣ୍ଡାଗିରି ଦେଖାଇ ଜଣେ ମହିଳା ଟୋଲ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଛନ୍ତି। ଘଟଣା ଘଟିଛି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ।

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଟୋଲ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର ଘଟଣା ଥମିବାର ନାଁ ନେଉନାହିଁ। ସୋମବାର ଏଠାରେ ଏଭଳି ଆଉ ଏକ ଘଟଣା ଘଟିଛି। ଏଠି ଜଣେ ମହିଳା ଗୁଣ୍ଡାଗିରି ଦେଖାଇ ଜଣେ ମହିଳା ଟୋଲ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଛନ୍ତି।

ସୂଚନା ମୁତାବକ, ଟୋଲ୍‌ ଶୁଳ୍କ ମଗାଯିବାରୁ ଅଭିଯୁକ୍ତ ମହିଳା ଟୋଲ ବୁଥରେ ପଶି ମହିଳା କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ମହିଳାଙ୍କୁ ଗିରଫ କରିଛି। ଘଟଣା ଦାଦ୍ରି ଥାନା ଅଧୀନ ଲୁହାରଲି ଟୋଲ ପ୍ଲାଜାର ବୋଲି କୁହାଯାଉଛି।

ମହିଳା ଜଣକ ଟୋଲ କର୍ମଚାରୀଙ୍କୁ ମାଡ଼ ମାରିବା ଏବଂ ଦୁର୍ବ୍ୟବହାର କରିବାର ୪୯ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଟୋଲ ପ୍ଲାଜାରେ ଅଭିଯୁକ୍ତ ମହିଳା ଗୁଣ୍ଡାଗିରି ଦେଖାଇ ଟୋଲ କ୍ୟାବିନରେ ପଶୁଛନ୍ତି ଏବଂ ମହିଳା କର୍ମଚାରୀଙ୍କୁ ଡରାଇ ଧମକାଇ ମାଡ଼ ମାରୁଛନ୍ତି। ସେ କର୍ମଚାରୀଙ୍କ ଚୁଟି ଭିଡ଼ି ତାଙ୍କ ମୁହଁକୁ ଦବାଇ ଦେଉଛନ୍ତି ଏବଂ ଏହାପରେ ତାଙ୍କୁ ଚେୟାରରୁ ତଳକୁ ଖସାଇ ଦେଉଛନ୍ତି। ଅଭିଯୋଗ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.