ପତ୍ନୀ ନୁହେଁ ମାହି ଭାଇଙ୍କ ଆଗରେ ମୁହଁ ଖୋଲନ୍ତିନି ଚହଲ, ଧୋନିଙ୍କ ସହିତ କଥାବାର୍ତ୍ତା କରିବାକୁ ଭୟ କରନ୍ତି

ଧୋନିଙ୍କ ସହିତ ନିଜ ସଂପର୍କକୁ ନେଇ ମୁହଁ ଖୋଲିଛନ୍ତି ଚହଲ । ସବୁବେଳେ ଥଟ୍ଟା ମଜା କରୁଥିବା ଟିମ୍‌ ଇଣ୍ଡିଆର ସ୍ପିନର ଯୁଜବେନ୍ଦ୍ର ଚହଲ ପତ୍ନୀ ଧନଶ୍ରୀଙ୍କ ସାମ୍ନାରେ ନୁହେଁ ବରଂ ମାହିଙ୍କ ସାମ୍ନାରେ କିଛି ବି କହିବାକୁ ଡରନ୍ତି । ଏମଏସ ଧୋନିଙ୍କ ଆଗରେ ମୁହଁ ଖୋଲନ୍ତିନି ଚହଲ ।

ଟିମ୍‌ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ପଡିଆ ହେଉ ଅବା ବାହାରେ ସବୁବେଳେ ମସ୍ତି କରୁଥିବାର ଦେଖିବାକୁ ମିଳିଛନ୍ତି । ସାଥି ଖେଳାଳିଙ୍କ ସହିତ ମସ୍ତି ମୁଡରେ ନଜର ଆସନ୍ତି ଚହଲ । କିନ୍ତୁ ଚହଲ ଧୋନିଙ୍କୁ ଦେଖିଲେ ଭୟ କରନ୍ତି । ଧୋନିଙ୍କ ସହିତ କେବେ ବି ମଜାମସ୍ତି କରିବାର ସାହସ ହୋଇନାହିଁ ବୋଲି ଏକ ଇଣ୍ଟରଭ୍ୟୁରେ ଚହଲ କହିଛନ୍ତି ।

ରଣବୀର ଇଲାହବାଦିୟାଙ୍କ ଇଣ୍ଟରଭ୍ୟୁରେ କ୍ରିକେଟ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚହଲ କଥା ହୋଇଥିଲେ । ସେ ଜୀବନର ଖୁସି ଦିନ, ଭାରତୀୟ କ୍ରିକେଟର କିଙ୍ଗ୍‌ କିଏ, ନିଜ ବିବାହ ଏବଂ ଧୋନିଙ୍କୁ ନେଇ ବିଚାର ସେୟାର କରିଥିଲେ । ତେବେ ଏହି ସମୟରେ ଚହଲ କହିଥିଲେ, ଭାରତୀୟ ଟିମରେ ଧୋନି ଏପରି ଜଣେ ବ୍ୟକ୍ତି, ଯାହା ସାମ୍ନାରେ ମୁଁ କଥା କହିବାକୁ ଡରେ । ମୁଁ ଯେମିତି ଥଟାମଜା କରୁଛି, ତାଙ୍କ ସାମ୍ନାରେ କିନ୍ତୁ ସେମିତି କିଛି କରେନି । ତାଙ୍କ ସାମ୍ନାରେ ଶାନ୍ତ ହୋଇ ବସେ । ମାହି ଭାଇ ଯାହା ପଚାରନ୍ତି, କେବଳ ତା’ର ଉତ୍ତର ଦିଏ । ନଚେତ ଚୁପଚାପ୍‌ ବସେ ।

ସାଉଥ ଆଫ୍ରିକା ବିପକ୍ଷ ଟି୨୦ ମ୍ୟାଚରେ ୪ ଓଭରରେ ୬୪ ରନ୍‌ ଦେଇଥିବା ବେଳେ ଧୋନିଙ୍କ ଭରସା ମୋତେ ଉତ୍ସାହ ଦେଇଥିଲା ।

ଚହଲ ନିଜ କ୍ୟାରିଅରରେ ୭୨ ଦିନିକିଆରେ ୧୨୧ ଓ୍ଵିକେଟ ନେଇସାରିଛନ୍ତି । ୭୫ଟି ଟି-୨୦ ମ୍ୟାଚ୍‌ ଖେଳି ୯୧ ଓ୍ଵିକେଟ ନେଇଛନ୍ତି । ଏହାଛଡା ଆଇପିଏଲରେ ୧୪୫ ମ୍ୟାଚ୍‌ ଖେଳି ୧୪୭ ଓ୍ଵିକେଟ ନେଇଛନ୍ତି ଚହଲ । ଚହଲ ଏବେ ଆଇପିଏଲ୍‌ରେ ଟିମ୍‌ ଆରସିବି ସହିତ ଜଡିତ ହୋଇଛନ୍ତି । ଆଇପିଏଲ୍‌ରେ ଆରସିବି ଏପର୍ଯ୍ୟନ୍ତ କୌଣସି ଟାଇଟଲ ଜିତିନାହିଁ । ବିରାଟ କୋହଲି ଆରସିବି ଅଧିନାୟକ ପଦ ଛାଡିବା ପରେ ଫାଫ ଡୁପ୍ଲେସି ଟିମର ନୂଆ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.