ରାଜଧାନୀରେ ସ୍କୁଲ ମିଶ୍ରଣକୁ ବିରୋଧ, ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀ ଓ ଅଭିଭାବକ

ରାଜଧାନୀରେ ସ୍କୁଲ ମିଶ୍ରଣକୁ ବିରୋଧ। ୟୁନିଟ-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀ ଓ ଅଭିଭାବକ। ସ୍କୁଲକୁ ବନ୍ଦ କରି ନିକଟସ୍ଥ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ସରକାର ଯୋଜନା କରିଛନ୍ତି।

ରାଜଧାନୀରେ ସ୍କୁଲ ମିଶ୍ରଣକୁ ବିରୋଧ। ୟୁନିଟ-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀ ଓ ଅଭିଭାବକ। ସ୍କୁଲକୁ ବନ୍ଦ କରି ନିକଟସ୍ଥ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ସରକାର ଯୋଜନା କରିଛନ୍ତି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

ଛାତ୍ରୀମାନଙ୍କ ପାଠପଢା ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛନ୍ତି। ୧୯୬୭ ମସିହାରେ ପ୍ରତିଷ୍ଠିତ ସ୍କୁଲରେ ପ୍ରାୟ ୫୦୦ ଛାତ୍ରୀ ପାଠ ପଢୁଛନ୍ତି। ସ୍କୁଲ ମିଶ୍ରଣ ହେଲେ ଛାତ୍ରୀମାନଙ୍କ ପାଠପଢା ପ୍ରଭାବିତ ହେବ ବୋଲି ଅଭିଭାବକମାନେ କହିଛନ୍ତି। ରମାଦେବୀ ବିଶ୍ୱବିଦ୍ୟାଳୟରେ ଥିବା ଜୁନିଅର କଲେଜକୁ ଏହି ବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ଯୋଜନା ହେଉଛି। ଏହାର ପ୍ରତିବାଦରେ ବିକ୍ଷୋଭ କରୁଛନ୍ତି ଉଭୟ ଅଭିଭାବକ ଓ ଛାତ୍ରୀ।