ଜଳେଶ୍ୱର : ଡ୍ରାଇଭର ଓ ହେଲପରଙ୍କୁ ନିଶା ଦେଇ ଟ୍ୟାଙ୍କର ଲୁଟି ନେଲେ ଲୁଟେରା

ଜଳେଶ୍ଵର (କେନ୍ୟୁଜ୍‌) : ବାଲେଶ୍ଵର ଜିଲ୍ଲାରେ ନିଶାଦିଆ ଲୁଟେରାଙ୍କ ରାଜ୍‌ । ଜଳେଶ୍ୱର ସହର ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଡ୍ରାଇଭର ଓ ହେଲ୍ପରଙ୍କୁ ନିଶା ଦେଇ ଏକ ରିଫାଇନାରୀ ତେଲ ଟ୍ୟାଙ୍କର ଲୁଟି ନେଲେ ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ଜଳେଶ୍ଵର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଏକତାଳି-ଜମାଳପୁର ଛକ ମଝିରେ ଏହି ଘଟଣା ଘଟିଛି । ରାସ୍ତା କଡରେ ଥିବା ବୁଦା ମୂଳରେ ଦୁଇ ଜଣ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡାକି ସେମାନଙ୍କୁ ଜଳେଶ୍ଵର ଗୋପୀ କିଶାନ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେମାନେ ଚେତାଶୂନ୍ୟ ଅବସ୍ଥାରେ ଥିବାରୁ ସେମାନଙ୍କର ସଠିକ ପରିଚୟ ମିଳି ପାରି ନାହିଁ ।

LOOTERA

ଯାହା ଜଣାପଡ଼ିଛି, ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଏହି ତେଲ ଟ୍ୟାଙ୍କର ହାଇଜାକ୍‌ କରିଥିଲେ । ଡ୍ରାଇଭର ଓ ହେଲପରଙ୍କୁ ନିଶା ଦେଇଗାଡ଼ି ନେଇ ଚମ୍ପଟ ମାରିଥିଲେ । ଆଉ ଏମାନଙ୍କୁ ବୁଦା ମୂଳରେ ଫିଙ୍ଗି ଦେଇ ଯାଇଥିଲେ । ଏମାନେ ନାଶାସକ୍ତ ଥିବାରୁ ଠିକ ଭାବେ କଥା ବି କହି ପାରୁ ନାହାନ୍ତି । ତେବେ ସେମାନେ ଗୁଜରାଟର ସୁରଟରୁ ପଶ୍ଚିମବଙ୍ଗ ବାଙ୍କୁଡ଼ାକୁ ଏକ ରିଫାଇନାରୀ ତେଲ ଟ୍ୟାଙ୍କର ନେଇ ଯାଉଥିଲେ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ଜଳେଶ୍ଵର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ।

LOOTERA-2

ତେବେ ଗତ ଛଅ ମାସ ମଧ୍ୟରେ ଏହି ସ୍ଥାନରୁ ଏଭଳି ଭାବେ ତିନିଟି ଟ୍ୟାଙ୍କର ହାଇଜାକ୍‌ ହୋଇଥିବା ବେଳେ ପୋଲିସ ଏ ପର୍ଯ୍ୟନ୍ତ କୌଣସି ଜଣେ ବି ଅପରାଧୀକୁ ଠାବ କରିବାରେ ସକ୍ଷମ ହୋଇ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.