ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ମାନେ ନେଇପାରିବେ ନାହିଁ କରୋନା ଭ୍ୟାକ୍ସିନ

ଭୁବନେଶ୍ୱର(କେ ନ୍ୟୁଜ): ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା କରୋନା ଟିକା ନେଇପାରିବେ ନାହିଁ। ଆଉ ଏହି ସମୟରେ ଗର୍ଭଧାରଣ କରିବାକୁ ଯଥା ସମ୍ଭବ ଆଡେଇବା ଉଚିତ ବୋଲି ସତର୍କ କରାଇଛନ୍ତି ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ତୁଷାରଜ୍ୟୋତି କର । ଆଜି ଅପରାହ୍ନ ସମୟରେ ଏକ ପ୍ରେସମିଟ ମାଧ୍ୟମରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ଡଃ କର । ଗର୍ଭ ଧାରଣ, ପ୍ରସବ ତଥା ସ୍ତନ୍ୟପାନ ସମ୍ବେଦନଶୀଳ ଅବସ୍ଥା ହୋଇଥିବାରୁ ଏହି ସମୟରେ ଅଧିକ ସତର୍କ ରହିବା ନିହାତି ଜରୁରୀ ।

ଏହା ସହ ସେ ଏହା ମଧ୍ୟ କହିଛନ୍ତିକି, ଯଦି କୋଭିଡ୍‌ ପରି ଏକ ମାରାତ୍ମକ ସମୟରେ ଗର୍ଭଧାରଣ କରୁଛନ୍ତି ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି । ଶ୍ରୀ କରଙ୍କ ଅନୁଯାୟୀ କରୋନା କାରଣରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଅପେକ୍ଷାକୃତ କମି ଯାଉଛି । ଉଭୟ ମା’ ଓ ଛୁଆ ପାଇଁ ବିପଦ ବଢ଼ିପରେ । କୋଭିଡ୍‌ ଗାଇଡଲାଇନ୍‌ ମାନି ଗର୍ଭବତୀଙ୍କ ଅଲଟ୍ରାସାଉଣ୍ଡ କରାଯିବା ଜରୁରୀ  ।”

ଏହା ସହ ସେ କହିଛନ୍ତି-“କରୋନାରେ ମା’ ଆକ୍ରାନ୍ତ ହୋଇଥିଲେ ଦେଖାଯାଉଛିକି ଅଧିକାଂଶ ସମୟରେ ପ୍ରି’ ମ୍ୟାଚୁଅର ଡେଲିଭରି ହେଉଛି। ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ଗର୍ଭବତୀ ମାନଙ୍କ ପାଇଁ କଟକ ସ୍ଥିତ SCBରେ ବିଶେଷ ବ୍ୟବସ୍ଥା ହୋଇଛି। ଏମାନଙ୍କ ପାଇଁ SCBରେ ୩୦ଟି ସ୍ୱତନ୍ତ୍ର ବେଡ୍‌ ରଖାଯାଇଛି । ଏହା ସହ ଆଇସିୟୁ ବ୍ୟବସ୍ଥା ବି ହୋଇଛି । ପ୍ରଥମ ଡୋଜ ନେବା ପରେ ଯଦି ଗର୍ଭ ରହେ ୨ୟ ଡୋଜ ନେଇପାରିବେ ନାହିଁ। ପ୍ରସବ ଓ ସ୍ତନ୍ୟପାନ ଅବଧି ସରିଲା ପରେ ପୁଣି ମୂଳରୁ ଡୋଜ ଆରମ୍ଭ କରିବେ।”

ଏବେ ରାଜ୍ୟରେ କରୋନା ସ୍ଥିତି ସେତେଟା ଭଲ ନାହିଁ । କେନ୍ଦ୍ର ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅନୁଯାୟୀ ଦେଶରେ କୋଭିଡର ତୃତୀୟ ଲହର ନିଶ୍ଚିନ୍ତ । ଏହାକୁ ଆଡେଇ ହେବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.