Realme ଲଞ୍ଚ କଲା ୮୦୦୦ଟଙ୍କାରୁ କମ ଦାମ୍ ର ଶାନଦାର ସ୍ମାର୍ଟଫୋନ, ଜାଣନ୍ତୁ ଏହାର ଫିଚର୍ସ

Realme ସ୍ମାର୍ଟଫୋନ ପକ୍ଷରୁ ଆଜି Realme C11 ଲଞ୍ଚ କରାଯାଇଛି । ଏହି ଫୋନ ଗତ ବର୍ଷ ଲଞ୍ଚ କରାଯାଇଥିବା ରିୟଲମି ସି୧୧ ସ୍ମାର୍ଟଫୋନର ଅପଗ୍ରେଡେଡ ଭର୍ସନ । ଏହି ଫୋନରେ  8MPର ମେଗାପିକ୍ସଲ ରିୟର କ୍ୟାମେରା ସହ Unisoc ପ୍ରୋସେସର ଦିଆଯାଇଛି । ତେବେ ଚାଲନ୍ତୁ ଜାଣିବା ଏହାର ଦମଦାର ଫିଚର୍ସ ସଂପର୍କରେ ।

54
pc: Kalinga TV

ସ୍ପେଶିଫିକେସନ:

ଏହି ଫୋନ ଆଣ୍ଡ୍ରଏଡ୧୧ରେ ଆଧାରିତ ରିୟଲମି UI 2.0ରେ କାମ କରିବା ସହ ଏହି ଫୋନରେ ୬.୫ ଇଞ୍ଚର ଏଚଡି + ଏଲସିଡି ଡିସପ୍ଲେ ଦିଆଯାଇଛି । ଏଥିରେ 2GB ର‌୍ୟାମ ସହ 32GB  ଷ୍ଟୋରେଜ ସିଷ୍ଟମ ରହିଛି । ଫଟୋ ଓ ଭିଡିଓ ପାଇଁ ଏହି ଫୋନରେ ସିଙ୍ଗଲ ୮ ମେଗାପିକ୍ସଲ ରିୟର କ୍ୟାମେରା ରହିଛି । ସେଲଫି ଓ ଭିଡିଓ ପାଇଁ ୫ମେଗାପିକ୍ସଲ କ୍ୟାମେରା ସୁବିଧା ଦିଆଯାଇଛି । ଫୋନରେ ୫୦୦୦ ଏମଏଏଚର ବ୍ୟାଟେରି ଅଛି ।ଏହା ୪୮ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରଖିଥାଏ । କନେକ୍ଟିଭିଟି ପାଇଁ ଏଥିରେ ୪ଜି, ୱାଇ-ଫାଇ, ବ୍ଲୁଟୁଥ,ଜିପିଏସ ଓ ମାଇକ୍ରୋ ୟୁଏସବି ପୋର୍ଟ ଦିଆଯାଇଛି ।

549
pc: Cashify

ଏହି ଫୋନକୁ ଏବେ ଋଷ୍ ଓ ଫିଲିପାଇନ୍ସରେ ଲଞ୍ଚ କରାଯାଇଛି । ଏହି ଫୋନ ଏବେ ଋଷରେ ଅଲ୍ଲି ଏକ୍ସପ୍ରେସ ଓ ଫିଲିପାଇନ୍ସରେ ଲାଜଡା ୱେବସାଇଟରେ ଲିଷ୍ଟେଡ ରହିଛି । ଋଷରେ ଏହାର ଦାମ RUB ୭୪୧୫ଟଙ୍କା ରହିଥିବା ବେଳେ ଫିଲିପାଇନ୍ସରେ ଏହାର ଦାମ PHP ୪୯୯୦ ଟଙ୍କା ରଖାଯାଇଛି । ଏହା ଆଇରନ ଗ୍ରେ ଓ ବ୍ଲୁ କଲରରେ ବଜାରରେ ପ୍ରବେଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.