ଶେଷରେ କରୋନା ଆଣିଲା ଏମିତି ଦୃଶ୍ୟ, ମୃତ ବାପା ମୁହଁରେ ପାଣି ଟୋପେ ଦେବା ପାଇଁ ମା’ସହିତ ଝଗଡା କରୁଛି ଝିଅ

ମାଆ ହାତରୁ ପାଣି ବୋତଲ ନେଇ ତଳେ ପଡିଥିବା ବାପାଙ୍କ ପାଖକୁ ଦୌଡ଼ି ଯାଉଛି ଝିଅ, ଭାବୁଛି ପାଣି ଦେଇ ବାପାଙ୍କୁ ଚିର ନିଦ୍ରାରୁ ଉଠାଇ ଦେବ। କଲିଜା ଚିରିଦେଲା ଭଳି ଏ ଦୃଶ୍ୟ, ଆପଣଙ୍କୁ କିଛି ସମୟ କନ୍ଦାଇ ଦେବ ନିଶ୍ଚିନ୍ତ । ବାପାଙ୍କ ଗେଲ ବସରି ଝିଅ ଵିଶ୍ଵାସ କରି ପାରୁନି ତାକୁ ଛାଡ଼ି ପଳାଇଛନ୍ତି ବାପା । ଆନ୍ଧ୍ରପ୍ରଦେଶ ର ଏହି ଭିଡିଓ କରୋନା କାଳରେ ଆଉ ଏକ ସାକ୍ଷୀ ରହିଲା ।

ଖୁବ ଜୋରରେ ଭାଇରାଲ ହେଉଥିବା ଏହି ଭିଡିଓଟିରେ ଝିଅ ଚାହୁଁଛି ପାଣି ଦେଇ ବାପାଙ୍କୁ ବଞ୍ଚେଇ ଦେବ୍ । କିନ୍ତୁ ମାଆ ଡରୁଛନ୍ତି ଝିଅକୁ କାଳେ କରୋନା ହୋଇଯିବ । କିଏ କାହାକୁ ସାହାରା ଦେବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବାପା ମୁହଁ ରେ ପାଣି ଦେଲା ପରେ ବାପା ଟିକେ ହଲିଲେ, ତାପରେ ସବୁଦିନ ପାଇଁ ଶୋଇଗଲେ। ଝିଅ ମାଟି ଅଣ୍ଡାଲି କାନ୍ଦୁଛି । ବାପାଙ୍କୁ ଉଠିଯିବାକୁ ନେହୁରା ହେଉଛି।

ଗାଁର କିଛି ଲୋକ ଦୂରରେ ଥାଇ କେବଳ ଏହି ପରିବାରର ଦୁଃଖ ଦେଖୁଛନ୍ତି । ସଂକ୍ରମଣ ଡରରେ କେହି ପାଖକୁ ଆସିପାରୁ ନାହାଁନ୍ତି। କେବଳ ମୋବାଇଲରେ ଭିଡିଓ କରି ଭାଇରଲ କରୁଛନ୍ତି |

ସୂଚନା ଅନୁଯାୟୀ, ୫୦ବର୍ଷୀୟ ବ୍ୟକ୍ତି ଜଣଙ୍କ ବିଜୟୱାଡ଼ାରେ ରହି ଚାକିରି କରୁଥିଲେ | କରୋନା ପଜିଟିଭ ଆସିବା ପରେ ସେ ଗାଁ କୁ ଫେରିଥିଲେ ହେଲେ ଗାଆଁ ଲୋକ ତାଙ୍କୁ ଗାଁରେ ପଶିବାକୁ ଦେଈନଥିଲେ । ଗାଁ ମୁଣ୍ଡରେ ଥିବା ଏକ ଛୋଟିଆ ଝୁମ୍ପୁଡିରେ ରହୁଥିଲେ | ହସ୍ପିଟାଲ୍ରେ ବେଡ୍ ନଥିବା କାରଣରୁ ତାଙ୍କୁ ଏହି ଝୁମ୍ପୁଦି ରେ ହିଁ ଏକା ରହିବାକୁ ପଡ଼ିଥିଲା । ଆଉ କିଛି ଦିନ ପରେ କରୋନା ପ୍ରଦୁର୍ଭାବରେ ସେପାରିକୁ ଚାଲିଯାଇଥିଲେ ବ୍ୟକ୍ତି ଜଣକ । ତାଙ୍କ ପୁରା ପରିବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହେଲେ କେହି କିଛି କରିପାରୁ ନାହାଁନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.