ଭୁବନେଶ୍ୱରରୁ ଆଜି ୧୦୭୪ ନୂଆ ପଜିଟିଭ, ସୁସ୍ଥ ସଂଖ୍ୟା ୬୦୦ରୁ ଗୋଟେ କମ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀରୁ ୧୦୭୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ସଂଖ୍ୟା ୪୯ ହଜାର ୩୩୦ ଛୁଇଁଛି | ସେମଧ୍ୟରୁ ୯ ହଜାର ୪୧୯ଟି ଆକ୍ଟିଭ କେଶ ରହିଛି । ଯେବେକି ଆଜି ୫୯୯ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।

ଏହାକୁ ମିଶାଇ ସୁସ୍ଥ ସଂଖ୍ୟା ୩୯ ହଜାର ୬୧୫କୁ ବୃଦ୍ଧି ପାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୨୮ ଜଣ କ୍ଵାରେଣ୍ଟୀନରୁ ଥିବା ବେଳେ ସେହି ସମାନ ସଂଖ୍ୟକ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.