Below header

ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟି ନେଲେ ୧୫ଲକ୍ଷ ଟଙ୍କାର ଜିନିଷ

ଭୁବନେଶ୍ୱର ୟୁନିଟ୍ ୬ ଅଞ୍ଚଳରେ ସରକାରୀ କ୍ୱାର୍ଟର୍ସରେ ଲୁଟ୍‌ । ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପ୍ରଣବ କୁମାର ପଣ୍ଡାଙ୍କ ଘରେ ପଶି ସୁନା ଅଳଙ୍କାର ସହ ବାଇକ, ଲାପଟପ, ଟିଭି ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ୟୁନିଟ୍ ୬ ଅଞ୍ଚଳରେ ସରକାରୀ କ୍ୱାର୍ଟର୍ସରେ ଲୁଟ୍‌ । ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପ୍ରଣବ କୁମାର ପଣ୍ଡାଙ୍କ ଘରେ ପଶି ସୁନା ଅଳଙ୍କାର ସହ ବାଇକ, ଲାପଟପ, ଟିଭି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୧୫ଲକ୍ଷ ଟଙ୍କାର ଲୁଟ୍‌ ହୋଇଥିବାର ଆକଳନ କରିଛି ପୋଲିସ । ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ। ତେବେ ଚୋରଙ୍କ ଶିକାର ହୋଇଛନ୍ତି ଓଡିଶା ବିଧାନସଭାରେ କାର୍ଯ୍ୟରତ ଏଏସଓ ପ୍ରଣବ କୁମାର ପଣ୍ଡା । ୟୁନିଟ ୬ ର ଆଇଭିଆର୍ – ୨୧୯ ରେ ସେ ରୁହନ୍ତି ।

ଗତକାଲି ସନ୍ଧ୍ୟାରେ ସେ ନିଜ ସ୍ତ୍ରୀ ପିଲାଙ୍କ ସହ ପୁରୀ ଯାଇଥିଲେ । ଏହି ସମୟରେ ଘରେ କେହି ନଥିବାର ଦେଖି ଘରୁ ସର୍ବଶ୍ୱ ଚୋରି କରିନେଇଛନ୍ତି ଲୁଟେରା ।ବିଳମ୍ବିତ ରାତିରେ ଫେରିବା ପରେ ଘରୁ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ ପ୍ରଣବ କୁମାର ପଣ୍ଡା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.